ହଠାତ୍‌ ବ୍ରାଜିଲରେ ହେଲା ବୁଢ଼ିଆଣୀ ବର୍ଷା ! ଭିଡିଓ ଭାଇରାଲ ହେବା ପରେ କାରଣ ଜଣାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ : ବ୍ରାଜିଲର ମିନସ ଗେରିସ୍‌ ଅଞ୍ଚଳରେ ଘଟିଥିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହଠାତ୍‌ ଏତେ ସଂଖ୍ୟକ ବୁଢ଼ିଆଣୀ ଆକାଶରୁ ତଳକୁ ଖସିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା େବେଳ ଏହା ପଛର କାରଣ କ’ଣ? ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଭିଡିଓ ଭାଇରାଲ ହେବା ପରେ କିଛି ଏହାକୁ ମିଛ କହିଥିବା ବେଳେ ବିଶେଷଜ୍ଞମାନେ ଭିଡିଓଟି ସତ ବୋଲି କହିବା ସହ ଏହାର କାରଣ ମଧ୍ୟ ଜଣାଇଛନ୍ତି । ଏହା କୌଣସି ସାଧାରଣ ବୁଢ଼ିଆଣୀ ନୁହେଁ, ଏହ ପୈରାବିକ୍ସିଆ ବିଷ୍ଟ୍ରିୟତା ପ୍ରଜାତିର ବୁଢ଼ିଆଣୀ ବୋଲି ସେମାନେ ମତ ରଖିଛନ୍ତି ।

 ତାଙ୍କ କହିବା ଅନୁଯାୟୀ, ଏହି ପ୍ରଜାତିର ବୁଢ଼ିଆଣୀମାନେ ଅଧିକ ଗରମ ହେଲେ ଏଭଳି ଆଚରଣ କରିଥାନ୍ତି । ଏମାନେ ସାମୁହିକ ଭାବରେ ପାହାଡ଼ ଏବଂ ବଡ଼ ବଡ଼ ଗଛମାନଙ୍କରେ ଜାଲ ତିଆରି କରିଥାନ୍ତି, ଯାହା ମଣିଷ ଆଖିକୁ ଦେଖାଯାଉ ନଥିଲେ ମଧ୍ୟ ଖୁବ୍‌ ଶକ୍ତ ହୋଇଥାଏ । ଅଧିକ ପବନ ଏବଂ ଗରମ ହେଲେ ଏମାନେ ତିଆରି କରିଥିବା ଜାଲ ସହ ଉପରକୁ ଉଠିବା ସହ ଆକାଶରେ ଭାସିବାକୁ ଲାଗିଥାନ୍ତି । ପବନର ଗତି ସହ ଏମାନେ ଦଳଗତ ହୋଇ ଆକାଶରେ ଭାସିଥାନ୍ତି । ଯାହା ବର୍ଷା ହେବା ଭଳି ଅନୁଭବ ହୋଇଥାଏ ।

ସମ୍ବନ୍ଧିତ ଖବର