ଜେଇଇ (ମେନ୍‌) ପରୀକ୍ଷା ଫଳ ପ୍ରକାଶିତ; ୯ ଜଣ ପ୍ରାର୍ଥୀ ହାସଲ କରିଛନ୍ତି ଶତ ପ୍ରତିଶତ ନମ୍ବର

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଜେଇଇ (ମେନ୍‌) ପରୀକ୍ଷା ଫଳ ଘୋଷଣା କରାଯାଇଛି ଏବଂ ଏଥିରେ ୯ ଜଣ ପ୍ରାର୍ଥୀ ୧୦୦% ନମ୍ବର ହାସଲ କରିଥିବା କଥା ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ କହିଛି।

ଏ ବର୍ଷ ଜାନୁଆରି ମାସରେ ଅନୁଷ୍ଠିତ ଏହି ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ରଖିଥିବା ୯ ଜଣ ପିଲାଙ୍କ ମଧ୍ୟରେ ଜଣେ ହେଉଛନ୍ତି ଦିଲ୍ଲୀର ବାଳକ ନିଶାନ୍ତ ଅଗ୍ରଓ୍ଵାଲ୍‌।

ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଗୁଜରାଟର ନିସର୍ଗ ଚଢ଼ା, ହରିୟାଣାର ଦିବ୍ୟାଂଶୁ ଅଗ୍ରଓ୍ଵାଲ୍‌, ଆନ୍ଧ୍ରପ୍ରଦେଶର ଲାଣ୍ଡା ଜିତେନ୍ଦ୍ର ଓ ତଦାଭାରତୀ ବିଷ୍ଣୁ ଶ୍ରୀସାଇଶଙ୍କର, ରାଜସ୍ଥାନର ଅଖିଳ ଜୈନ୍‌ ଓ ପାର୍ଥ ଦ୍ୱିବେଦୀ ଏବଂ ତେଲେଙ୍ଗାନାର ରୋଙ୍ଗାଲା ଅରୁଣ ସିଦ୍ଦାର୍ଦ୍ଧ ଓ ଚାଗାରି କୌଶଳ କୁମାର ରେଡ୍ଡୀ।

Image Source: The Times of India

୬. ୦୪ ଲକ୍ଷ ପୁରୁଷ, ୨. ୬୪ ଲକ୍ଷ ମହିଳା ଏବଂ ତିନିଜଣ ତୃତୀୟ ଲିଙ୍ଗର ପ୍ରାର୍ଥୀଙ୍କ ସମେତ ସମୁଦାୟ ୮. ୬୯ ଲକ୍ଷ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ଜାନୁଆରି ୭ ରୁ ୯ ତାରିଖ ମଧ୍ୟରେ ଏହି ପରୀକ୍ଷାରେ ଛଅଟି ସିଫ୍‌ଟ୍‌ରେ ହୋଇଥିଲା।

ସମ୍ବନ୍ଧିତ ଖବର