୧୭ବର୍ଷ ପୂର୍ବେ ଆସିଥିଲା ନିପା ଭୂତାଣୁ, ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ !

ନୂଆଦିଲ୍ଲୀ: କେରଳରେ ନିପା ଭୂତାଣୁ ସଂକ୍ରମଣ ସମଗ୍ର ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି। ଏହାକୁ ନେଇ ବାରମ୍ବାର ସତର୍କ ସୂଚନା ଜାରି କରାଯାଉଛି। ତେବେ ନିପା ଭୂତାଣୁ କେରଳରୁ ସଂକ୍ରମଣ ହୋଇନାହିଁ ବରଂ ଏହା ୧୭ବର୍ଷ ପୂର୍ବରୁ ଭାରତକୁ ଆସି ସାରିଛି ବୋଲି ଖବର ମିଳିଛି। ନିକଟରେ କେରଳରେ କେତେଜଣଙ୍କର ଆକସ୍ମିକ ମୃତ୍ୟୁ ନିପା ଭୂତାଣୁ ସଂକ୍ରମଣ ବୋଲି କୁହାଯାଉଛି। ପ୍ରାରମ୍ଭିକ ସମୟରେ ନିପା ଭୂତାଣୁ ସଂକ୍ରମଣର ବାଦୁଡି ଦ୍ୱାରା ସଂକ୍ରମଣ ହେଉଛି ବୋଲି କୁହାଯାଉଥିଲା।

କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ଏକ ରିପୋର୍ଟ ମୁତାବକ, ବାଦୁଡି ନିପାର ପ୍ରମୁଖ କାରଣ ନୁହେଁ। କାରଣ ଏବେ ଯେଉଁ ଭୂତାଣୁ ଚିହ୍ନଟ କରାଯାଇଛି ତାହା ନୂଆ ବୋଲି ବରଂ ଦୁଇଦଶକ ପୂର୍ବେ ଭାରତରେ ଏହା ପ୍ରବେଶ କରି ସାରିଛି। କେରଳର କୋଝିକୋଡରେ ପ୍ରଭାବିତ ସ୍ଥାନକୁ ଯାଞ୍ଚ କରୁଥିବା େଓ୍ଵଟରନେରି ଟିମ୍‌ କହିଛନ୍ତି, କୂଅଁରୁ ମିଳିଥିବା ବଦୁଡିକୁ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଓ୍ଵାୟରୋଲୋଜିକୁ ପଠାଯାଇଥିଲା।

କେରଳ ସରକାରଙ୍କ ମୁତାବକ, ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କୂଅ ପାଖରେ କେତେକ ମୃତ ବାଦୁଡ଼ି ମିଳିଥିଲା। ଏଥିରୁ ଆଶଙ୍କା କରାଯାଉଥିଲା କି ପୀଡିତ ଏହି କୂଅର ପାଣି ପିଇଥିଲେ, ଯେଉଁଥିପାଇଁ ସେମାନେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଗତ ଚାରିଦିନ ମଧ୍ୟରେ ନିପା ଭୂତାଣୁ ହେତୁ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ମାମଲା ସାମ୍ନାକୁ ଆସିଛି।

ଡାକ୍ତରୀ ଟିମ୍‌ ଏହାକୁ ଖଣ୍ଡନ କହିଛନ୍ତି, କେତେକ ପୁସ୍ତକରେ ଏହା ଉଲ୍ଲେଖ ଅଛି ମନୁଷ୍ୟ ଶରୀରରେ ଏହି ଭୂତାଣୁ ୧୧ବର୍ଷ ହେବ ଲୁପ୍ତ ଅବସ୍ଥାରେ ରହିପାରିବ। ୨୦୦୧ରେ ସିଲିଗୁଡ଼ି ଅଞ୍ଚଳରେ ନିପା ଭୂତାଣୁର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ତେଣୁ ଏହା ଅନୁମାନ କରାଯାଉଛି ଏହା କୌଣସି ପୁରୁଣା ବ୍ୟକ୍ତିଙ୍କ ଶରୀରରୁ ସଂକ୍ରମଣ ହୋଇଛି। ଲୁପ୍ତ ଅବସ୍ଥାରେ ଥିବା ଭୂତାଣୁ ଏବେ ସକ୍ରିୟ ହୋଇଯାଇଛି। ଏହା ଦୁଇଲୋକଙ୍କ ସଂସ୍ପର୍ଶରେ ଆସିବା ହେତୁ ସଂକ୍ରମଣ ହେଉଛି, ପବନ ଦ୍ୱାରା ନୁହେଁ।

ଦାବି କରାଯାଉଛି କି, ଏହି ସଂକ୍ରମଣକୁ ରୋକିବା ପାଇଁ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ନିଜକୁ ଯଥା ସମ୍ଭବ ଦୂରେଇ ରଖନ୍ତୁ। ଯଥାସମ୍ଭବ ଲୋକମାନେ ଘରେ ରୁହନ୍ତୁ, ଅତି ଆବଶ୍ୟକ ପଡ଼ିଲେ ହସ୍‌ପିଟାଲ ଯାଆନ୍ତୁ। କାରଣ ହସ୍‌ପିଟାଲ ଏଭଳି ଏକ ସ୍ଥାନ ଯେଉଁଠାରେ ଅଧିକ ସଂକ୍ରମଣର ଭୟ ରହିଥାଏ।

ସମ୍ବନ୍ଧିତ ଖବର