କେରଳର ଏହି ୪ଟି ଜିଲ୍ଲାକୁ ବୁୁଲି ଯାଆନ୍ତୁ ନାହିଁ, ଜାଣନ୍ତୁ କାରଣ

କୋଝିକୋଡେ: ନିପା ଭାଇରସ୍‌ ଯୋଗୁଁ ଇତିମଧ୍ୟରେ କେରଳରେ ୧୧ ଜଣଙ୍କର ମୃତ୍ୟୁ ଘଟି ସାରିଛି। ଯଦିଓ କେରଳ ସରକାର ନିପା ଭାଇରସ୍‌କୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଚାଲିଥିବା କହୁଥିବା ବେଳେ କେରଳ ସରକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପର୍ଯ୍ୟଟକମାନଙ୍କ ପାଇଁ ଏକ ଆଡଭାଇଜରି ଜାରି କରାଯାଇଛି। ଏଥିରେ ନିପା ଭୂତାଣୁ ଦ୍ୱାରା ସଂକ୍ରମିତ ୪ଟି ଜିଲ୍ଲା ଯଥା କୋଝିକୋଡେ, ମାଲାପୁରମ, େଓ୍ଵନଡା ଓ କନ୍ନୁର ଜିଲ୍ଲାକୁ ବୁଲିବା ପାଇଁ ନ ଯିବାକୁ ପରାମର୍ଶ ଦିଆଯାଇଛି।
କେରଳ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକତ ମୁଖ୍ୟସଚିବ ରାଜୀବ ସଦାନନ୍ଦନ କହିଛନ୍ତି କେରଳର ସମସ୍ତ ଅଞ୍ଚଳ ବୁଲିବା ନିରାପଦ। ତେବେ କୋଝିକୋଡେ ଜିଲ୍ଲାରେ ନିପା ଭୂତାଣୁ ଜନିତ ସଂକ୍ରମଣ ନେଇ ରିପୋର୍ଟ ମିଳିଛି। ଯଦିଓ ନିପା ଭୂତାଣୁ ନିୟନ୍ତ୍ରଣ ପାଇଁ ସରକାରଙ୍କ ଉଦ୍ୟମଜ ।ରି ରହିଛି , ତଥାପି ଯେଉଁ ମାନେ ନିଜ ସ୍ୱାସ୍ଥ୍ୟ ନେଇ ଅତ୍ୟଧିକ ସମ୍ବେଦନଶୀଳ ସେମାନେ କୋଝିକୋଡେ, ମାଲାପୁରମ, େଓ୍ଵନଡା ଓ କନ୍ନୁର ଜିଲ୍ଲାକୁ ବୁଲିବା କାର୍ଯ୍ୟକ୍ରମକୁ ଏଡାଇ ଯିବା ଭଲ ହେବ ବୋଲି ଶ୍ରୀ ସଦାନନ୍ଦନ କହିଛନ୍ତି। ସେହିପରି କେରଳ ସ୍ୱାସ୍ଥ୍ୟ୍ୟମନ୍ତ୍ରୀ କେ କେ ଶୈଳଜା କହିଛନ୍ତି ଯେ ନିପା ଭୂତାଣୁ ଜନିତ ସଂକ୍ରମଣ ଓ ରୋଗର ଚିକିତ୍ସା ପାଇଁ କେରଳ ସରକାର ମାଲେସିଆରୁ ଔଷଧ ଓ ଇଞ୍ଜେକସନ୍‌ ସଂଗ୍ରହ କରାଯାଇଛିି। ସେହିପରି କେରଳ ପୁଲିସ ମହାନିର୍ଦ୍ଦେଶକ ଲୋକନାଥ ବେହେରା ଲୋକଙ୍କୁ ସତର୍କ କରାଇ କହିଛନ୍ତି ଯେ ଯେଉଁମାନେ ସାମାଜିକ ଗଣମାଧ୍ୟମ ଜରିଆରେ ନିପା ଭାଇରସ ନେଇ ଗୁଜବ ବା ଅପପ୍ରଚାର ଚଳାଇଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର