ଭାରତକୁ ଆସିଲେ ଗୋଟିଏ ଜେଲରେ ପାଖାପାଖି ରହିବେ ମାଲ୍ୟା ଓ ନିରବ ମୋଦୀ

ମୁମ୍ବାଇ : ଭାରତରେ ଏବେ ଦୁଇ ଜଣ ବଡ଼ ଠକଙ୍କୁ ଖୋଜା ଚାଲିଛି । ସେମାନେ ହେଲେ ବିଜୟମାଲ୍ୟା ଓ ନିରବ ମୋଦୀ । ଉଭୟ ଦେଶର ବ୍ୟାଙ୍କମାନଙ୍କ ହଜାର ହଜାର କୋଟି ଖାଇ ଫେରାର ହୋଇଯାଇଛନ୍ତି । ତେବେ ସେମାନଙ୍କୁ ଭାରତ ଆଣିବାକୁ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି । ଦୁଇଜଣ ଏବେ ଲଣ୍ଡନରେ ଥିବାରୁ ସେମାନଙ୍କ ପ୍ରତ୍ୟାର୍ପଣ ପାଇଁ ମାମଲା ଏବେ ବ୍ରିଟିଶ କୋର୍ଟରେ ଚାଲିଛି । କୋର୍ଟ ଅନୁମତି ମିଳିବା ପରେ ସେମାନଙ୍କୁ ଭାରତ ଅଣାଯିବ । କିନ୍ତୁ ସେମାନଙ୍କୁ ସବୁ ସୁବିଧା ଥିବା ଜେଲରେ ରଖିଲେ ହିଁ ବ୍ରିଟେନ କୋର୍ଟ ପ୍ରତ୍ୟାର୍ପଣ ଅନୁମତି ଦେବାକୁ ସର୍ତ୍ତରଖିଥିବାରୁ ଭାରତ ସରକାର ମୁମ୍ବଇର ଆର୍ଥର ରୋଡ ଜେଲକୁ ପ୍ରସ୍ତୁତ କରୁଛନ୍ତି । ଉଭୟ ମାଲ୍ୟା ଓ ନିରବ ଆସିଲେ ଏହି ଜେଲର ବାରାକ ନଂ ୧୨ରେ ରହିବେ ।
ଏହି ବାରାକ ନଂ ୧୨ରେ ଗୋଟିଏ ଦ୍ବାର, ୩ଟି ଝରକା, ୫ଟି ଭେଣ୍ଟିଲେଟର,୪୦ ଇଞ୍ଚର ପ୍ଲଜମା ଟିଭି, ସିଲିଂ ଫ୍ୟାନ, ପରିଷ୍କାର ବାଥରୁମ ଆଦି ରହିଛି । ୟୁରୋପୀୟ ଢ଼ାଞ୍ଚାରେ ନିର୍ମିତ ଏହି ସ୍ୱତନ୍ତ୍ର କାରାଗୃହଗୁଡ଼ିକ ଅନ୍ତର୍ଜାତିକ ସ୍ତର ଓ ଅନ୍ତର୍ଜାତିକ ମାନବିକ ଅଧିକାରର ମାପଦଣ୍ଡ ଆଧାରରେ ନିର୍ମିତ ହୋଇଥିବା ଜାଣିବାକୁ ମିଳିଛି। ଏହି ନୂତନ ସେଲ୍ରେ କଏଦୀମାନଙ୍କ ପାଇଁ ୟୁରୋପୀୟ ଢ଼ାଞ୍ଚାର ଶୌଚାଳୟ ଠାରୁ ଆରମ୍ଭ କରି ସଂପୃକ୍ତ ସେଲ୍ ମଧ୍ୟକୁ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟାଲୋକ ଓ ବାୟୁ ଚଳପ୍ରଚଳର ବ୍ୟବସ୍ଥା ରହିଛି ।

ସମ୍ବନ୍ଧିତ ଖବର