ନିରବ ମୋଦି ଇଂଲଣ୍ଡ୍‌ରେ ଥିବା କଥା ନିଶ୍ଚିତ କଲେ ବ୍ରିଟେନ୍‌ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ନିରବ ମୋଦି ଇଂଲଣ୍ଡ୍‌ରେ ଅଛନ୍ତି ବୋଲି ବ୍ରିଟିସ୍‌ କର୍ତ୍ତୃପକ୍ଷମାନେ ଭାରତକୁ ନିଶ୍ଚିତ ସୂଚନା ଦେଇଛନ୍ତି। ମୋଦିଙ୍କୁ ପ୍ରତ୍ୟାର୍ପଣ କରିବାକୁ ସିବିଆଇ ମଧ୍ୟ ଅନୁରୋଧ କରି ସାରିଛି।

ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ର ୧୩, ୦୦୦ କୋଟି ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ନିରବ ମୋଦି। ମାମୁ ମେହୁଲ୍‌ ଚୋକ୍‌ସିଙ୍କ ସମେତ ମୋଦି ଏବଂ ତାଙ୍କ ସହଯୋଗୀମାନେ ବ୍ୟାଙ୍କ୍‌ ବ୍ୟବସ୍ଥାରୁ ଅସାଧୁ ଉପାୟରେ ରାଷ୍ଟ୍ରାୟାତ ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ରୁ ୧୩ ହଜାର କୋଟି ଟଙ୍କା ଠକି ନେଇଛନ୍ତି।

ଚୋକ୍‌ସି ଆଣ୍ଟିଗୁଆ ଠାରେ ଥିବା କଥା ଜଣାପଡ଼ିଥିଲା। ତାଙ୍କୁ ସେଠାକାର ନାଗରିକତ୍ୱ ପ୍ରଦାନ କରାଯାଇଥିବା କଥା ବିଶ୍ୱାସ କରାଯାଉଛି।

ଦୁଇ ମାସ ତଳେ ଇଣ୍ଟର୍‌ପୋଲ୍‌ ଜଣାଇ ଥିଲା ଯେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଖାରଜ କରିଥିବା ଏକ ପାସ୍‌ପୋର୍ଟରେ ମଧ୍ୟ ୬ଟି ଦେଶ ବୁଲି ଆସିବାରେ ସମର୍ଥ ହୋଇଛନ୍ତି।

ନିରବ ମୋଦି ଇଂଲଣ୍ଡ୍‌ରେ ଥିବା କଥା ପୂର୍ବରୁ ଗଣମାଧ୍ୟମ ରିପୋର୍ଟ କରଥିଲେ ମଧ୍ୟ ସେ ସେଠାରେ ଥିବା କଥା ସରକାରୀ ଭାବେ ଘୋଷଣା କରାଯାଇ ନ ଥିଲା। ଗତ ଜାନୁଆରି ମାସରେ ସେ ଭାରତରୁ ଖସି ଯାଇଥିବା କଥା ବିଶ୍ୱାସ କରାଯାଉଛି।

 

ସମ୍ବନ୍ଧିତ ଖବର