ଲଣ୍ଡନରେ ରହି ମାସକୁ କେତେ ଟଙ୍କା ରୋଜଗାର କରୁଥିଲେ ନିରବ ମୋଦୀ ଜାଣନ୍ତୁ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନବି)ରେ ୧୪ ହଜାର କୋଟି ଟଙ୍କାର ଠକେଇ କରିଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଲଣ୍ଡନ ପୁଲିସ ଗିରଫ କରିଛି। ନିରବଙ୍କୁ ଲଣ୍ଡନର ୱେଷ୍ଟମିନିଷ୍ଟରଙ୍କ କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମାମଲାର ପରବର୍ତୀ ଶୁଣାଣି ମାର୍ଚ୍ଚ ୨୯ରେ ହେବ। ସେତେଦିନ ପର୍ଯ୍ୟନ୍ତ ନିରବ ବିଚାର ବିଭାଗୀୟ ହାଜତ (ଜେଲ)ରେ ରହିବେ। ତାଙ୍କୁ ଭାରତ ଆଣିବା ଲାଗି ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ସିବିଆଇ ପକ୍ଷରୁ କୁହାଯାଉଛି।

The Asian Age

ନିରବଙ୍କୁ ଲଣ୍ଡନର ୱେଷ୍ଟମିନିଷ୍ଟରଙ୍କ କୋର୍ଟରେ ହାଜର କରିଥିଲେ। ଏହି ଶୁଣାଣି ସମୟରେ ତାଙ୍କ ଆଇନଜୀବୀ ଜର୍ଜ ହେପବର୍ନ ସ୍କାର୍ଟ କୋର୍ଟଙ୍କୁ କହିଥିଲେ କି, ହୀରା ବ୍ୟବସାୟୀ ନିରବ ମୋଦି ଜୁନ୍‌ ୨୦୧୮ରୁ ଲଣ୍ଡନରେ ରହି ଆସୁଛନ୍ତି। ତାଙ୍କ ପୁଅ ଗତପାଞ୍ଚ ବର୍ଷ ହେବ ଲଣ୍ଡନ ସ୍କୁଲରେ ପାଠ ପଢ଼ୁଛି। ନିରବ ବ୍ରିଟେନ୍‌ରେ ଖୋଲାଖୋଲି ଭାବେ ରହୁଥିଲେ। ତାଙ୍କର ପାଖରେ ନ୍ୟାସନାଲ ଇନ୍‌ସୟୋରାନ୍ସ ନମ୍ବର ବି ଅଛି। କେବଳ ଏତିକି ନୁହେଁ ନିରବ ଲଣ୍ଡନରେ ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ କରିବାକୁ ବି ଉଦ୍ୟମ ଜାରି ରଖିଥିଲେ।

NewsNation

ନିରବ ଲଣ୍ଡନରେ ରହି ୨୦୦୦ପାଉଣ୍ଡ (ପାଖାପାଖି ୧୮ଲକ୍ଷ ଟଙ୍କା) ମାସକୁ ରୋଜଗାର କରୁଥିଲେ। ମୋଦିଙ୍କ ଆଇନଜୀବୀ ତାଙ୍କୁ ସମର୍ଥନ କରି କୋର୍ଟରେ ତାଙ୍କର ସେଲାରି ସ୍ଲିପ୍‌ ବି ଦାଖଲ କରିଥିଲେ। ମୋଦି ୫ଲକ୍ଷ ପାଉଣ୍ଡ ସିକ୍ୟୁରିଟି ମନି ଭାବେ ଜମା କରିବେ ବୋଲି ପ୍ରସ୍ତାବ ରଖିଥିଲେ। କେବଳ ଏତିକି ନୁହେଁ ସେ ଯାଞ୍ଚରେ ପୂରା ସହଯୋଗ କରିବେ ବୋଲି ବି କହିଥିଲେ। କୋର୍ଟ କିନ୍ତୁ ଏହାକୁ ଅସ୍ୱୀକାର କରି ତାଙ୍କ ଜାମିନ ଆବେଦନ ଖାରଜ କରି ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୯ରେ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର