ନିରବ ମୋଦିର ଜାମିନ ଆବେଦନ ପୁଣି ଖାରଜ, ମେ ୨୪ରେ ପରବର୍ତ୍ତୀ ଶୁଣାଣି

ଲଣ୍ଡନ : ଆଜି ଲଣ୍ଡନର େଓ୍ଵଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ପଳାତକ ହୀରା ବ୍ୟବସାୟୀ ତଥା ୧୩ ହଜାର କୋଟି ଟଙ୍କା ବିଶିଷ୍ଟ ପିଏନବି ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିର ଜାମିନ ଆବେଦନକୁ ପୁଣି ଥରେ ଖାରଜ କରିଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ ୨୪ ତାରିଖରେ ହେବ । ଏହା ଫଳରେ ନିରବ ମୋଦି ମେ ୨୪ ପର୍ଯ୍ୟନ୍ତ ଏବେ ଲଣ୍ଡନର ଓ୍ଵାଣ୍ଡଓ୍ଵର୍ଥ ଜେଲରେ ରହିବ । ଅପରପକ୍ଷରେ ଭାରତକୁ ତାହାର ପ୍ରତ୍ୟାର୍ପଣ ଆଶା ଉଜ୍ଜଳ ହୋଇଯାଇଛି । ବିଚାରପତି ଏମା ଆବଟନଟଏହି ଜାମିନ ଆବେଦନକୁ ଖାରଜ କରିଛନ୍ତି । ଗତ ମାର୍ଚ୍ଚ ୨୯ରେ ମଧ୍ୟ ନିରବଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ ।

ଏହା ପୂର୍ବରୁ ନିରବର ଓକିଲ ଆନନ୍ଦ ଦୁବେ ଓ ବାରିଷ୍ଟର କ୍ଲେର ମଣ୍ଟଗୋମେରୀ ଜାମିନ ପାଇଁ ଏକ ନିୟୁତ ପାଉଣ୍ଡର ଜାମିନ ରାଶି ଦାଖଲ ଓ ଇଲେକ୍ଟ୍ରୋନିକ ଟାଗ ରେଷ୍ଟ୍ରିକସନ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ କୋର୍ଟ ତାହାକୁ ମାନିନଥିଲେ ।

ଏହି ମାମଲାରେ ସହାୟତା ପାଇଁ ଭାରତ ସରକାର ଇଡି (ଏନଫୋର୍ସମେଣ୍ଟ ଡାଇରୋକ୍ଟୋରେଟ)ର ଏକ ଦଳ ସେଠାକୁ ସମସ୍ତ ପ୍ରକାରର ତଥ୍ୟ ପ୍ରମାଣ ସହ ପଠାଇଛନ୍ତି ।

ସମ୍ବନ୍ଧିତ ଖବର