ନିର୍ଭୟା ମାମଲା: କ୍ୟୁରେଟିଭ ପିଟିସନ୍‌ର ଶୁଣାଣି ଆଜି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆବେଦନ କରାଯାଇଥିବା କ୍ୟୁରେଟିଭ ପିଟିସନର ଶୁଣାଣି ଆସନ୍ତାକାଲି (ମଙ୍ଗଳବାର) ସୁପ୍ରିମ୍‌ କୋର୍ଟରେ ହେବ। ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ କ୍ୟୁରେଟିଭ ପିଟିସନ୍ ଦାଖଲ କରିଛନ୍ତି। ସୁପ୍ରିମ କୋର୍ଟର ୫ ଜଣିଆ ଖଣ୍ଡପୀଠରେ ଏହି ଶୁଣାଣି ହେବ। ବିଚାରପତି ଏନ ଭି ରମନ୍ନା, ଅରୁଣ ମିଶ୍ରା, ଆର୍‌ ଏଫ୍‌ ନରିମାନ୍‌, ଆର୍‌ ଭାନୁମତୀ ଏବଂ ଅଶୋକ ଭୂଷଣ ଏହି ମାମଲାର ଶୁଣାଣି କରିବେ। ଉଲ୍ଲେଖଯୋଗ୍ୟ, ୪ ଜଣଙ୍କୁ ଆସନ୍ତା ୨୨ ତାରିଖ ସକାଳ ‌୭ଟାରେ ତିହାର ଜେଲରେ ଫାଶୀ ଦିଆଯିବ। ପଟିଆଲା ହାଉସ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ସତୀଶ କୁମାର ଅରୋରା ଦୋଷୀମାନଙ୍କୁ ଡେଥ୍ ୱାରେଣ୍ଟ ବା ମୃତ୍ୟୁ ପରୱାନା ଶୁଣାଇ ସାରିଛନ୍ତି। ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି। ତେବେ ୪ ଜଣଙ୍କ ମଧ୍ୟରୁ ୨ ଜଣ ଦୋଷୀ ମୁକେଶ ଏବଂ ବିନୟ କୁମାର କ୍ୟୁରେଟିଭ ପିଟିସନ ଦାଖଲ କରିଛନ୍ତି। ସୁପ୍ରିମ କୋର୍ଟରେ ହେବାକୁ ଥିବା ଏହି ଶୁଣାଣି ଉପରେ ସାରା ଦେଶର ନଜର ରହିଛି।

ସମ୍ବନ୍ଧିତ ଖବର