ଘୁଞ୍ଚି ଘୁଞ୍ଚି ଯାଉଛି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ, କୋର୍ଟ ଆଗରେ ଧାରଣାରେ ବସିଲେ ନିର୍ଭୟାର ମା’ ଆଶାଦେବୀ

ନୂଆଦିଲ୍ଲୀ : ନିର୍ଭୟା ମାମଲାରେ ଦୋଷୀମାନଙ୍କ ଫାଶୀ ଘୁଞ୍ଚି ଘୁଞ୍ଚି ଯାଉଥିବାରୁ ନିର୍ଭୟାର ମା’ ଆଶାଦେବୀ ଦୁଃଖ ଓ ନିରାଶାରେ ଭାଙ୍ଗି ପଡ଼ିଛନ୍ତି । ଏପରିକି ଆଜି ସେ କୋର୍ଟ ମଧ୍ୟରେ କାନ୍ଦିପକାଇଥିଲେ । ଏହା ସହିତ ସେ କୋର୍ଟ ଆଗରେ ଧାରଣାରେ ବସିରହିଛନ୍ତି ।

ଦୋଷୀମାନଙ୍କ ବିରୋଧରେ ତୁରନ୍ତ ମୃତ୍ୟୁ ପରଓ୍ଵାନା ବା ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ତାଙ୍କ ପକ୍ଷରୁ କରାଯାଇଥିବା ଏକ ଆବେଦନର ଶୁଣାଣି ଆଜି ଦିଲ୍ଲୀର ଏକ କୋର୍ଟରେ ଚାଲିଥିବାବେଳେ ସେ କହିଥିଲେ “ମୋର  କ’ଣ କୌଣସି ଅଧିକାର ନାହିଁ ? ମୁଁ ମଧ୍ୟ ଜଣେ ମଣିଷ । ଗତ ୭ ବର୍ଷ ହେଲା ମୁଁ ଅପେକ୍ଷା କରିଚାଲିଛି । ମୁଁ ହାତ ଯୋଡୁଛି, ତୁରନ୍ତ ଡେଥ୍ ଓ୍ଵାରେଣ୍ଟ ଜାରି କରାଯାଉ ।”

ସେ ଅଭିଯୋଗ କରିଛନ୍ତି ଯେ ଦୋଷୀମାନେ ଫାଶୀକୁ ବିଳମ୍ବିତ କରିବାକୁ ଗୋଟିକ ପରେ ଗୋଟିଏ ପନ୍ଥା ଗ୍ରହଣ କରୁଛନ୍ତି । ବୁଧବାରଦିନ ଦିଲ୍ଲୀର ଏକ କୋର୍ଟ ଏହି ମାମଲାର ଅନ୍ୟତମ ଦୋଷୀ ପଓ୍ଵନ ଗୁପ୍ତାକୁ ଆଇନଗତ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଓ ମାମଲାର ଶୁଣାଣିକୁ ଘୁଞ୍ଚାଇଦେଇଥିଲେ । କିନ୍ତୁ ଏହା ଦ୍ୱାରା ମାମଲା ଆହୁରି ବିଳମ୍ବ ହେବ ବୋଲି ଆଶା ଦେବୀ କହିବା ସହ ଧାରଣାରେ ବସିଥିଲେ ।

ସମ୍ବନ୍ଧିତ ଖବର