ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଅନ୍ୟତମ ନିର୍ଭୟା ଦୁଷ୍କର୍ମକାରୀ ମୁକେଶ ସିଂହକୁ ତିହାର ଜେଲ ମଧ୍ୟରେ ଦୁଷ୍କର୍ମ କରା ଯାଇଥିଲା ବୋଲି ଆଜି ଦୋଷୀ ମୁକେଶର ଓକିଲ ଅଭିଯୋଗ କରିଛନ୍ତି। ରାଜକ୍ଷମା ଆବେଦନ ଖାରଜ ହେବା ଘଟଣାକୁ ଚାଲେଞ୍ଜ କରି ସୁପ୍ରିମ୍ କୋର୍ଟରେ ଆଗତ ହୋଇଥିବା ମାମଲାର ଶୁଣାଣି କାଳରେ ଆଜି ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ସମ୍ମୁଖରେ ମୁକେଶର ଓକିଲ ଏହି ଅଭିଯୋଗ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ରାଜକ୍ଷମା ଖାରଜକୁ ବିରୋଧ କରି ସୁପ୍ରିମ୍ କୋର୍ଟରେ କରାଯାଇଥିବା ପିଟିସନ୍ର ଜରୁରୀ ଶୁଣାଣି ଲାଗି ସୋମବାର ଦିନ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ମୁକେଶ ସିଂହର ଓକିଲ ସୁପ୍ରିମ୍ କୋର୍ଟଙ୍କୁ ନିବେଦନ କରିଥିଲେ। ଆଜି ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଆର ଭାନୁମତି, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଏ ଏସ୍ ବୋପାନ୍ନାଙ୍କୁ ନେଇ ଖଣ୍ଡପୀଠ ଏହି ମାମଲାର ଶୁଣାଣ ଚାଲିଥିବା ବେଳେ ମୁକେଶଙ୍କ ଓକିଲ ଏହି ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି ଯେ ୨୦୧୩ରେ ସେ ନିର୍ଭୟା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥାଇ ତିହାର ଜେଲରେ ଥିବାବେଳେ ତିହାର ଜେଲରେ ଥିବା ଅନ୍ୟ ଅନ୍ତେବାସୀମାନେ ନିର୍ଭୟା ଦୁଷ୍କର୍ମ ମାମଲାରେ ଅନ୍ୟତମ ଅଭିଯୁକ୍ତ ଥାଇ ସେହି ତିହାର ଜେଲରେ ଥିବା ଅକ୍ଷୟ ସହ ବଳପୂର୍ବକ ଭାବେ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ।
/sambad/media/post_attachments/wp-content/uploads/2020/01/mukesh-singh-.jpg)
ରାଜକ୍ଷମା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଖାରଜ ହେବାକୁ ଚାଲେଞ୍ଜ୍ କରି ମୁକେଶ ଶନିବାର ଦିନ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲ। ତାର ରାଜକ୍ଷମା ଆବେଦନ ଉପରେ ନିଷ୍ପତ୍ତି ଗ୍ରହଣ କରିବାକୁ ମାତ୍ର ୪ ଦିନ ସମୟ ନିଆଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାନୁଆରି ୧୭ ତାରିଖ ଦିନ ମୁକେଶଙ୍କ ରାଜକ୍ଷମା ଆବେଦନ ଖାରଜ କରିଥିଲେ। ଆଜି ସୁପ୍ରିମ୍ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି।