ଖୁବ୍‌ ଶୀଘ୍ର ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୁଷ୍କର୍ମକାରୀ; ହେଲେ, ଏଥିରେ କ’ଣ ଶାନ୍ତି ମିଳିବ ହାଇଦ୍ରାବାଦର ଭେଟରନାରି ଡାକ୍ତରାଣୀଙ୍କୁ?…

ନୂଆଦିଲ୍ଲୀ: ସମଗ୍ର ‌େଦଶକୁ ଦୋହଲାଇ ଦେଇଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୪ ଅପରାଧୀ ଖୁବ୍‌ ଶୀଘ୍ର ଫାଶୀ ଖୁଣ୍ଟରେ ଝୁଲିବାକୁ ଯାଉଥିବା ଜଣାପଡ଼ିଛି। ଏହି ଜଘନ୍ୟ ଅପରାଧର ଚାରିଜଣ ଅପରାଧୀଙ୍କ ମଧ୍ୟରୁ ଜଣେ ଅପରାଧୀ ଫାଶୀଦଣ୍ଡରୁ ମୁକ୍ତି ପାଇଁ କରିଥିବା ରାଜକ୍ଷମା ଆବେଦନକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଖାରଜ କରିଦେବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ସାରିଛନ୍ତି। ତେଣୁ, କେବଳ ମାତ୍ର ଔପଚାରିକତା ଦୃଷ୍ଟିରୁ ଆନୁଷ୍ଠାନିକ ଭାବେ ଅପରାଧୀ କରିଥିବା ରାଜକ୍ଷମାକୁ ଖାରଜ କରାଗଲା ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଘୋଷଣା କରିଦେବା ମାତ୍ରେ ଏହି ଜଘନ୍ୟ ଅପରାଧର ୪ ଅପରାଧୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ ବୋଲି ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ୨୦୧୨ରେ ରାଜଧାନୀ ନୂଆଦିଲ୍ଲୀର ଏକ ଚଳନ୍ତା ବସ୍‌ ମଧ୍ୟରେ ଜନୈକା ପାରାମୋଡିକାଲ ଛାତ୍ରୀ ନିର୍ଭୟାଙ୍କୁ- ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ଠାକୁର, ମୁକେଶ ସିଂହ ଓ ରାମ ସିଂହ ନାମକ- ୫ ଜହ୍ଲାଦ ନିର୍ମମ ଭାବେ ଗଣଦୁଷ୍କର୍ମ କରି ରାଜଧାନୀର ରାଜରାସ୍ତା ଉପରେ ଫିଙ୍ଗି ଦେଇଥିଲେ। ଏକ ଫାଷ୍ଟଟ୍ରାକ୍‌ କୋର୍ଟରେ ଏହି ମାମଲାର ବିଚାର ହେବାପରେ ବିଚାରପତି ଏହି ୫ ଜଣଙ୍କୁ ଏହି ମାମଲାରେ ଅପରାଧୀ ଘୋଷିତ କରି ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ତେବେ, ତିହାର ଜେଲରେ ଥିବା ଏହି ୫ ଜଣ ଅପରାଧୀଙ୍କ ମଧ୍ୟରୁ ରାମ ସିଂହ ଗତ ୨୦୧୩ ମାର୍ଚ୍ଚ ମାସରେ ଆତ୍ମହତ୍ୟା କରିଦେବା ପରେ ଏବେ ଅନ୍ୟ ୪ ଅପରାଧୀ ଏବେ ତିହାର ଜେଲରେ ରହିଛନ୍ତି।

News Nation

ଏହି ଅପରାଧୀମାନଙ୍କ ମଧ୍ୟରୁୁ ବିନୟ ଶର୍ମା ଫାଶୀଦଣ୍ଡରୁ ମୁକ୍ତି ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା। ରାଷ୍ଟ୍ରପତି ତାଙ୍କ ନିକଟକୁ ଆସିଥିବା ରାଜକ୍ଷମା ଆବେଦନକୁ ସର୍ବପ୍ରଥମେ ଦିଲ୍ଲୀ ସରକାରଙ୍କ ନିକଟକୁ ପଠାଇଥିଲେ। ତେବେ, ଦିଲ୍ଲୀ ସରକାର ଏହି ଅପରାଧକୁ ଏକ ବର୍ବରୋଚିତ ଜଘନ୍ୟ ଅପରାଧ ବୋଲି କହିବା ସହ ଏପରି ଅପରାଧରେ ସଂପୃକ୍ତ ଅପରାଧୀମାନଙ୍କ ପାଇଁ କ୍ଷମାର କୌଣସି ସ୍ଥାନ ନଥିବା ଦର୍ଶାଇ ରାଜକ୍ଷମା ଆବେଦନକୁ ଖାରଜ କରି ଦେଇଥିଲେ। ଏହାପରେ ଏହି ରାଜକ୍ଷମା ଆବେଦନ ସେବେଠାରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟଙ୍କ ନିକଟରେ ପଡ଼ି ରହିଥିଲା।

ଏବେ ଗତ ସପ୍ତାହରେ ପୁଣି ଥରେ ହାଇଦ୍ରାବାଦ‌ରେ ନିର୍ଭୟାକାଣ୍ଡ ଠାରୁ ଆହୁରି ଭୟ‌ାନକ ଓ ଜଘନ୍ୟ କାଣ୍ଡ ଘଟି ସମଗ୍ର ଦେଶକୁ ଦୋହଲାଇ ଦେଶବାସୀଙ୍କ କ୍ରୋଧକୁ ଚରମ ସୀମାରେ ପହଞ୍ଚାଇ ଦେଇଥିବା ବେଳେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଏବେ ରାଜକ୍ଷମାକୁ ଖାରଜ କରି ଦେଶବାସୀଙ୍କ କ୍ରୋଧକୁ ପ୍ରଶମିତ କରିବାକୁ ଉଦ୍ୟମ ଆରମ୍ଭ କରିଛି ବୋଲି ଦେଶର ବୁଦ୍ଧିଜୀବୀ ମହଲ ଅଭିଯୋଗ କରିଛନ୍ତି। ଯଦି ସତରେ ମୋଦୀ-୨ ସରକାର ଓ ତାଙ୍କର ସ୍ବରାଷ୍ଟ୍ର ମନ୍ତ୍ରୀ ଏପ୍ରକାର ଅପରାଧରୁ ଦେଶକୁ ଓ ଦେଶର ମହିଳାମାନଙ୍କୁ ମୁକ୍ତି ଦେବାକୁ ଚାହୁଁଥାନ୍ତି ତେବେ ନିଜର ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିକୁ ପ୍ରଦର୍ଶନ କରନ୍ତୁ ଓ ଏନ୍‌ଆର୍‌ସି ପରି ଏକ କଠୋର ଓ ଦୃଢ଼ ଆଇନ୍‌ ପ୍ରଣୟନ କରନ୍ତୁ ବୋଲି ଦାବୀ କରିଛନ୍ତି ସଚେତନ ଦେଶବାସୀ।

ସମ୍ବନ୍ଧିତ ଖବର