ଦଳର ମିଛ ପ୍ରତିଶ୍ରୁତି ଶୁଣି ଶୁଣି ଆମେ ଥକି ଯାଇଛୁ, ମତଦାନ କରିବାର କୌଣସି ଇଛା ନାହଁ : ପୀଡ଼ିତା ନିର୍ଭୟାଙ୍କ ମାତା-ପିତା
ନୂଆଦିଲ୍ଲୀ : ଦିଲ୍ଲୀରେ ଲୋକସଭା ନିର୍ବାଚନକୁ ନେଇ ପ୍ରଚାର ଜୋରସୋର ଆରମ୍ଭ ହୋଇଥିବା ବେଳେ ନେତାମାନେ ନିଜ ନିଜର ପ୍ରଚାର ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ତେବେ ଏ ମଧ୍ୟରେ ୨୦୧୨ରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ନିର୍ଭୟାଙ୍କ ମାତା-ପିତା ଚଳିତବର୍ଷ ଭୋଟ୍ ଦେବେ ନାହିଁ ବୋଲି କହିଛନ୍ତି । ଦଳ ଉପରେ ସେ ନିରାଶ ଥିବା ସହ ସେମାନଙ୍କ ମିଛ ପ୍ରତିଶ୍ରୁତି ପାଇଁ ସେ ମତଦାନ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ନିର୍ଭୟାଙ୍କ ମା’ ଆଶା ଦେବୀ ଏବଂ ବାପା ବଦ୍ରୀନାଥ ସିଂହଙ୍କ କହିବା ଅନୁଯାୟୀ, ବିଭିନ୍ନ ଦଳର ନ୍ୟାୟ ଦେବାର ପ୍ରତିଶ୍ରୁତିକୁ ଶୁଣି ଶୁଣି ଆମେ ଥକି ଗଲୁଣି । ଯାହାକୁ ନେଇ ଏବେ ଆମେ ଆଉ କିଛି କରି ପାରିବୁନାହିଁ । ସରକାର ଏ ପର୍ଯ୍ୟନ୍ତ ମହିଳାମାନଙ୍କ ସୁରକ୍ଷା ପାଇଁ ସେଭଳି କୌଣସି ପଦକ୍ଷେପ ନେଇନାହାନ୍ତି । ଆଜି ବି ଅନେକ ସ୍ଥାନରେ ସିସିଟିଭି ଲାଗିନାହିଁ । ଏଭଳି ପରିସ୍ଥିତି ମଧ୍ୟରେ ଆମେ ମତଦାନ ନ କରିବା ପାଇଁ ଚିନ୍ତା କରିଛୁ ବୋଲି କହିଛନ୍ତି ଦମ୍ପତ୍ତି ।
ସୂଚନା ମୁତାବକ, ଡିସେମ୍ବର ୧୬, ୨୦୧୨ ମସିହାରେ ନିଜର ଜଣେ ବନ୍ଧୁଙ୍କ ସହ ନିର୍ଭୟା ଫେରୁଥିବା ବେଳେ ଚଳନ୍ତା ବସ୍ରେ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା । ଏହା ସହ ତାଙ୍କ ଗୁପ୍ତାଙ୍ଗରେ ମଧ୍ୟ ଲୁହା ରଡ଼ ଭର୍ତ୍ତି କରି ଦିଆ ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଦିଲ୍ଲୀ ଏବଂ ପରେ ସିଙ୍ଗାପୁରକୁ ଚିକିତ୍ସା ପାଇଁ ପଠାଯାଇଥିଲେ ମଧ୍ୟ ସେ ନିଜର ଜୀବନ ଯୁଦ୍ଧରେ ହାରି ଯାଇଥିଲେ ।