ନିର୍ଭୟା ଦୋଷୀଙ୍କ ଅଜବ ଯୁକ୍ତି: ଦିଲ୍ଳୀ ବାୟୁ ପ୍ରଦୂଷଣ ତ ଏମିତିରେ ଆୟୁ କମ୍‌ କରୁଛି, ମୃତ୍ୟୁଦଣ୍ଡର କ’ଣ ଆବଶ୍ୟକତା କହି ପୁନର୍ବିଚାର ପାଇଁ କଲେ ଆବେଦନ

ନୂଆଦିଲ୍ଲୀ: ୨୦୧୨ ମସିହାରେ ହୋଇଥିବା ବର୍ବର ନିର୍ଭୟା କାଣ୍ଡର ୪ ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ଅକ୍ଷୟ ସିଂହ। ବହୁଚର୍ଚ୍ଚିତ ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରି ଅଦାଲତ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଶୁଣାଇବା ପରେ ମାମଲାର ପୁନର୍ବିଚାର ପାଇଁ ଶେଷରେ ଆବେଦନ କରିଛନ୍ତି ଅକ୍ଷୟ। ପୂର୍ବରୁ ଅନ୍ୟ ୩ ଜଣ ପୁନର୍ବିଚାର ପାଇଁ ଆବେଦନ କରି ସାରିଥିବା ବେଳେ ଅକ୍ଷୟ ସିଂହ ଏକ ଅଦ୍ଭୁତ କାରଣ ଦର୍ଶାଇ ତାଙ୍କ ମାମଲାର ପୁନର୍ବିଚାର କରିବାକୁ କହିଛନ୍ତି।

ସେ ତାଙ୍କ ଯାଚିକାରେ ଯୁକ୍ତି କରି ଜଣାଇଛନ୍ତି ଯେ ‘ଦିଲ୍ଳୀର ପ୍ରଦୂଷଣ ଏମିତିରେ ବି ତାଙ୍କ ଆୟୁ କମ୍‌ କରୁଛି। ତେଣୁ ତାଙ୍କୁ ମୃତ୍ୟୁ ଦଣ୍ଡର କ’ଣ ଆବଶ୍ୟତା ରହିଛି?’ ସେ ଆହୁରି ବି କହିଛନ୍ତି କି ‘ ଦିଳ୍ଲୀର ଏନ୍‌ସିଆର୍‌ ଓ ମେଟ୍ରୋରେ ବାୟୁ ପ୍ରଦୂଷଣକୁ ନେଇ ସମସ୍ତେ ଜାଣିବା ଉଚିତ। ଏନ୍‌ସିଆର୍‌ ଓ ମେଟ୍ରୋର ପାଣି ସଂପୂର୍ଣ୍ଣ ଭାବେ ବିଷାକ୍ତ। ଦିଲ୍ଲୀର ପାଣିପବନ ବିଷୟରେ ସମସ୍ତେ ଜାଣିଛନ୍ତି। ଏମିତିରେ ବି ଆୟୁ କମୁଛି। ମୃତ୍ୟୁଦଣ୍ଡର କ’ଣ ଆକଶ୍ୟକତା ଅଛି?’

 

ସମ୍ବନ୍ଧିତ ଖବର