ନିର୍ଭୟା କାଣ୍ଡ ଦୋଷୀଙ୍କୁ ଯେକୌଣସି ସମୟରେ ଫାଶୀ

ଘାତକଙ୍କ ପାଇଁ ଜେଲ୍‌ କର୍ତ୍ତୃପକ୍ଷଙ୍କ ସତର୍କତା ପରାମର୍ଶ ଜାରି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡର ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ତିହାରର ୩ ନମ୍ବର ଜେଲ୍‌ରେ ଅବସ୍ଥିତ ଫାଶୀଘରକୁ ସଫା ସୁତରା କରାଯିବା ସହ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଯେଉଁ ଘାତକ ଚଢ଼ାଇବେ, ତାଙ୍କ ପାଇଁ ଜେଲ୍‌ କର୍ତ୍ତୃପକ୍ଷ କେତେକ ଆଗୁଆ ସତର୍କତା ପରାମର୍ଶ ଜାରି କରିଛନ୍ତି। ଯେ କୌଣସି ସମୟରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବା ସମ୍ଭାବନା ରହିଛି। ସମସ୍ତ ଦୋଷୀମାନଙ୍କୁ ଏକ ସଙ୍ଗରେ ଫାଶୀ ଖୁଣ୍ଟରେ ଝୁଲାଇବା ଆବଶ୍ୟକତା ଥିବାରୁ ଏକ ସଂଗରେ ୪ଟି ଫାଶୀ ଦଉଡ଼ି ବ୍ୟବସ୍ଥା କରାଯିବ ବୋଲି ଘାତକ ପବନ କୁମାର ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର