ନିର୍ମଳା ସୀତାରମଣଙ୍କୁ ଗ୍ଲୋବାଲ ଟାଇମ୍‌ସରେ ଭୂୟସୀ ପ୍ରଶଂସା

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରଥମ ସିକ୍କିମ ଗସ୍ତ ବେଳେ ସୀମାନ୍ତ ନାଥୁ ଲା’ଠାରେ ଚୀନ୍‌ ସୈନିକମାନଙ୍କୁ ଭାରତୀୟ ପାରମ୍ପରିକ ଅଭିନନ୍ଦନ ‘ନମସ୍ତେ’ ଶିଖାଇଥିବାରୁ ଆଜି ଚୀନ୍‌ ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ଭୂୟସୀ ପ୍ରଶଂସା କରାଯାଇଛି। ଦୁଇ ଦେଶ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି କୁହାଯାଇଛି । ଉଭୟ ରାଷ୍ଟ୍ରର ନାଗରିକଙ୍କ ମଧ୍ୟରେ ଏହା ବିଶ୍ୱାସ ଓ ଆସ୍ଥାର ବାତାବରଣ ସୃଷ୍ଟି କରିବ ବୋଲି ଗ୍ଲୋବାଲ୍‌ ଟାଇମ୍‌ସ ଏକ ସଂପାଦକୀୟରେ କୁହାଯାଇଛି। ଚୀନ ସୈନିକଙ୍କୁ ସୀମାରମଣ ଭେଟିବା ଦୃଶ୍ୟ ସୋଲିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସୀତାରମଣ ଏକ ଭିଡିଓ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର