ନୂଆ ରୂପରେ ନଜର ଆସିଲେ ନିର୍ମଳା ସୀତାରମଣ, ଦିଲ୍ଲୀରୁ ଗୁରୁଗ୍ରାମ ପର୍ଯ୍ୟନ୍ତ ମେଟ୍ରୋରେ କଲେ ଯାତ୍ରା
ଗୁରୁଗ୍ରାମ: ମନ୍ତ୍ରୀ ଓ ସାଂସଦ ସାଧାରଣତଃ ନିଜ ବୟାନ କିମ୍ବା କାମକୁ ନେଇ ଚର୍ଚ୍ଚାରେ ରହି ଥାଆନ୍ତି। କିନ୍ତୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଥର ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଗୁରୁଗ୍ରାମର ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆକସ୍ମିକ ଭାବେ ଟ୍ରେନ୍ରେ ଯାତ୍ରା କରିବାକୁ ପହଞ୍ଚି ଯାଇଥିଲେ। ମନ୍ତ୍ରୀଙ୍କ ଏହି ନୂଆ ରୂପକୁ ଦେଖି ମେଟ୍ରୋରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୀତାରମଣ ମେଟ୍ରୋରେ ଖୁବ୍ ଆରାମରେ ବସିଥିବା ନଜର ଆସୁଛନ୍ତି। ଏହି ସମୟରେ ସେଠାରେ ଥିବା ଲୋକମାନଙ୍କ ସହ ବି ସେ କଥାବାର୍ତ୍ତା ହେଉଛନ୍ତି। ମେଟ୍ରୋରେ ଯାତ୍ରା କରୁଥିବା ଲୋକମାନେ ମନ୍ତ୍ରୀଙ୍କୁ ସାଧାରଣଲୋକଙ୍କ ଭଳି ଯାତ୍ରା କରୁଥିବା ଦେଖି ବହୁତ ଖୁସି ହୋଇଯାଇଥିଲେ। ତେବେ ମନ୍ତ୍ରୀ ଗୁରୁଗ୍ରାମରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ ଏହାପୂର୍ବରୁ ଅନେକ ଥର ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟ୍ରୋରେ ଯାତ୍ରା କରୁଥିବା ନଜର ଆସିଥିଲେ। ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।