ରାଫେଲ କାରଖାନା ବୁଲିଲେ ନିର୍ମଳା

ପ୍ୟାରିସ: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରାଫେଲ ଯୁଦ୍ଧ ବିମାନ ନିର୍ମାଣକାରୀ ସଂସ୍ଥା ଡାସଲ୍‌ଟର କାରଖାନା ପରିଦର୍ଶନ କରିଛନ୍ତି ଏବଂ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲିଙ୍କ ସହିତ ଆଲୋଚନା କରିଛନ୍ତି। ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତିକୁ ନେଇ ବିରୋଧୀ ଦଳ କଂଗ୍ରେସ ଦେଶରେ ସରକାରଙ୍କୁ ତୁହାକୁ ତୁହା ଘେରୁଥିବା ବେଳେ ନିର୍ମଳାଙ୍କ ଫ୍ରାନ୍ସ ଗସ୍ତ ଯଥେଷ୍ଟ ଗୁରୁତ୍ବ ବହନ କରୁଛି।

ସମ୍ବନ୍ଧିତ ଖବର