ନିର୍ଭୟା ମାମଲା: ମୃତ୍ୟୁଦଣ୍ଡ ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ବହୁୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ  ୪ ଜଣ ଦୋଷୀଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶ ରାୟକୁ ସୁପ୍ରିମ୍‌ କୋର୍ଟ ସଂରକ୍ଷିତ ରଖିଛନ୍ତି।  ଆଜି ଏହି ମାମଲାର ଶୁଣାଣି ସମୟରେ ନ୍ୟାୟ ନାମରେ ଦୋଷୀଙ୍କୁ ହତ୍ୟା କରାଯାଉଛି ବୋଲି ଦୋଷୀଙ୍କ ପକ୍ଷରୁ କୋର୍ଟରେ କୁହାଯାଇଥିଲା। ସଭ୍ୟ ସମାଜରେ ଫାଶୀ ପାଇଁ କୌଣସି ସ୍ଥାନ ନଥିବା ବେଳେ ବିଶ୍ୱର ୧୧୫ଟି ଦେଶରୁ ଏହି ପ୍ରଥା ଉଚ୍ଛେଦ ହୋଇସାରିଥିବା ସେମାନେ କହିଛନ୍ତି। ତେବେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ରାୟକୁ ସଂରକ୍ଷିତ ରଖିଛନ୍ତି। ଏହି ଲୋମହର୍ଷଣକାରୀ ଘଟଣାର ୬ଜଣ ଦୋଷୀଙ୍କ ମଧ୍ୟରୁ ବସ୍‌ ଡ୍ରାଇଭର ରାମ ସିଂହ ଜେଲରେ ହିଁ ଆତ୍ମହତ୍ୟା କରିଥିବା ବେଳେ ଘଟଣାର ନାବାଳକ ଅପରାଧୀକୁ ସେତେବେଳେ ଶିଶୁ ସ୍ୱଧାର ଗୃହକୁ ପଠାଇ ଦିଆଯାଇଥିଲା। ଏବେ ବିନୟ, ମୁକେଶ, ପଓ୍ଵନ ଓ ଅକ୍ଷୟ ଜେଲରେ ଦଣ୍ଡ ଭୋଗୁଥିବା ବେଳେ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ୨୦୧୭ ମସିହାରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।  ଏହି ରାୟର ପୁନର୍ବିଚାର ପାଇଁ ବିନୟ କୁମାର ଓ ପଓ୍ଵନ କୁମାର ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର