ନିତି ଆୟୋଗ ପକ୍ଷରୁ ଜାରି ସୁସ୍ଥ ରାଜ୍ୟ ସୂଚୀରେ କେରଳ ପ୍ରଥମ,୧୯ତମ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ: ନିତି ଆୟୋଗ ପକ୍ଷରୁ ଦେଶର ସୁସ୍ଥ ରାଜ୍ୟ ସୂଚୀ ଜାରି କରାଯାଇଛି। ମଙ୍ଗଳବାର ନୂଆଦିଲ୍ଲୀରେ ନିତି ଆୟୋଗର ଉପାଧ୍ୟକ୍ଷ ଉନ୍ମୋଚନ କରିଥିବା ‘ସୁସ୍ଥ ରାଜ୍ୟ, ବିକାଶୋନ୍ମୁଖୀ ଭାରତ’ ଶୀର୍ଷକ ରିପୋର୍ଟରେ ଏହି ସୂଚୀ ପ୍ରଦାନ କରାଯାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ବିଶ୍ୱ ବ୍ୟାଙ୍କର ବୈଷୟିକ ସହାୟତାରେ ପ୍ରସ୍ତୁତ ଏହି ରିପୋର୍ଟରେ ରାଜ୍ୟରେ ମିଳୁଥିବା ସ୍ୱାସ୍ଥ୍ୟ ସେବାର ମାନ ଓ ବିସ୍ତାର, ମୃତ୍ୟୁ ସଂଖ୍ୟା, ଶିଶୁ ମୃତ୍ୟୁ ସଖ୍ୟା,ଟିକାକରଣ ସଂଖ୍ୟା ଓ ଦୂରାରୋଗ୍ୟ ବ୍ୟାଧିର ପୀଡିତଙ୍କ ସଂଖ୍ୟା ଏବଂ ଅପପୁଷ୍ଟି ହାର ଇତ୍ୟାଦିକୁ ବିଚାରକୁ ନିଆଯାଇଛି।

Jagran Josh

ସୁସ୍ଥ ରାଜ୍ୟ ସୂଚୀର ୧ ନମ୍ବରରେ କେରଳ ଥିବା ବେଳେ ଶେଷରେ ରହିଛି ଉତ୍ତର ପ୍ରଦେଶ। ଏହି ତାଲିକାରେ ୨୧ଟି ରାଜ୍ୟ ସ୍ଥାନ ପାଇଥିବା ବେଳେ ଓଡ଼ିଶା ୧୯ତମ ସ୍ଥାନରେ ରହିଛି। ଓଡ଼ିଶା ତଳକୁ ବିହାର ଓ ଉତ୍ତର ପ୍ରଦେଶ ରହିଛନ୍ତି।

ବିହାର ଓ ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟ ମାମଲାରେ ସବୁଠାରୁ ଖରାପ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଉଭା ହୋଇଥିବା ବେଳେ ହରୟାଣା,ଝାଡ଼ଖଣ୍ଡ ଏବଂ ଆସାମ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରୁଥିବା ରିପୋର୍ଟରେ ଦର୍ଶାଯାଇଛି।

ତେବେ ଦେଶର କ୍ଷୁଦ୍ର ରାଜ୍ୟଗୁଡ଼ିକ ମଧ୍ୟରେ ଶୀର୍ଷ ସ୍ଥାନରେ ମିଜୋରାମ୍‌ ରହିଥିବା ବେଳେ ତା’ତଳକୁ ରହିଛି ମଣିପୁର ଗୋଆ,କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି ଲାକ୍ଷାଦ୍ୱୀପ।

ସମ୍ବନ୍ଧିତ ଖବର