ବିଜେପି ସହ ମେଣ୍ଟ ଜାରି ରହିବ: ନୀତୀଶ

ପାଟନା: ୨୦୧୯ ଜେଡିୟୁ (ଜନତା ଦଳ ୟୁନାଇଟେଡ୍‌)ର ରାଷ୍ଟ୍ରୀୟ ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି କହିଛନ୍ତି ଯେ ବିଜେପି ସହ ମେଣ୍ଟ ଜାରି ରହିବ। ବିହାରରେ ଆମେ ବିଜେପି ସହ ହାତ ମିଳାଇ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବୁ। ତେବେ ରାଜ୍ୟରେ ଥିବା ମୋଟ ୪୦ ଲୋକସଭା ଆସନ ମଧ୍ୟରୁ ଜେଡିୟୁ ୧୭ଟି ଆସନରେ ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି। ଆଜି ଦଳର କାର୍ଯ୍ୟକାରିଣୀ ବୈଠକରେ ଆସନ ଭାଗବଣ୍ଟାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା। ଅପରପକ୍ଷରେ ଆସନ ଭାଗବଣ୍ଟା ପ୍ରସଙ୍ଗରେ ନୀତୀଶ କୁମାର ଆସନ୍ତା ୧୨ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ସହିତ ଆଲୋଚନା କରିବେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର