ନୀତୀଶଙ୍କ ଘୋଷଣା: ବିହାର ବାହାରେ ଜେଡିୟୁ ଏନ୍‌ଡିଏ ଅଂଶୀଦାର ହେବନାହିଁ

ପାଟନା: ବିଜେପି ଏବଂ ଜେଡିୟୁ ମଧ୍ୟରେ ଲାଗି ରହିଥିବା କନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଦଳର କାର୍ଯ୍ୟକାରିଣୀ ବୈଠକରେ କହିଛନ୍ତି ଯେ କେବଳ ବିହାରରେ ହିଁ ବିଜେପି ଏନ୍‌ଡିଏ ମେଣ୍ଟର ଅଂଶଦାର ଭାବେ ରହିବ ଏବଂ ଅନ୍ୟ ରାଜ୍ୟରେ ଅଂଶୀଦାର ହେବନାହିଁ। ବିହାର ବିଧାନସଭା ନିର୍ବାଚନରେ ଆମେ ବିଜେପି ସହ ମିଳିତ ଭାବେ ଲଢ଼ିବୁ, କିନ୍ତୁ ଆଗାମୀ ଦିନରେ ଅନ୍ୟ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏନ୍‌ଡିଏ ସହିତ ଆସନ ବୁଝାମଣାରେ ଭାଗୀଦାର ହେବୁନାହିଁ ବୋଲି ନୀତୀଶ ସ୍ପଷ୍ଟ କରିଛନ୍ତି। ଜେଡିୟୁ ଜମ୍ମୁ କଶ୍ମୀର, ଝାଡ଼ଖଣ୍ଡ, ହରିୟାଣା ଏବଂ ଦିଲ୍ଲୀରେ ଏକାକୀ ନିର୍ବାଚନ ଲଢ଼ିବ। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦଳ ସାମିଲ ନହେବା ଦଳର ସବସମ୍ମତ ନିଷ୍ପତ୍ତି ଥିଲା ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ଆମ କୌଣସି ମତଭେଦ ନାହିଁ ବୋଲି ନୀତୀଶ କହିଛନ୍ତି।

ସମ୍ବନ୍ଧିତ ଖବର