ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନୀତୀଶ

ପାଟନା: ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବଙ୍କୁ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଫୋନ୍‌ କରି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହି ଘଟଣା ପରେ ଏନଡିଏ ମେଣ୍ଟରେ ଅସନ୍ତୁଷ୍ଟ ଥିବା ନୀତୀଶ ପୁଣି ଥରେ ଆରଜେଡି ସହ ହାତ ମିଳାଇବା ପାଇଁ ଯୋଜନା କରୁଥିବା ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ନୀତୀଶଙ୍କ ପାଇଁ ମହାମେଣ୍ଟର ସମସ୍ତ ଦୁଆର ବନ୍ଦ ହୋଇ ସାରିଛି ବୋଲି ଆଜି ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର