ସାରା ଦେଶରେ ମଦ ନିଷିଦ୍ଧ ହେଉ: ନୀତୀଶ କୁମାର

ନୂଆଦିଲ୍ଲୀ : ସମଗ୍ର ଭାରତରେ ମଦକୁ ନିଷିଦ୍ଧ କରିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦାବି କରିଛନ୍ତି। ଆଜି ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନୀତୀଶ କୁମାର କହିଛନ୍ତି, ମଦକୁ ବାରଣ କରିବାକୁ ଜାତିର ପିତା ମହାତ୍ମା ଗାନ୍ଧୀ ଚାହୁଁଥିଲେ। କେବଳ ଗୋଟିଏ ପ୍ରଦେଶରେ ମଦକୁ ବାରଣ କଲେ ଚଳିବନି। ବରଂ ସମଗ୍ର ଦେଶରେ ଏହାକୁ ନିଷିଦ୍ଧ କରିବା ଉଚିତ ବୋଲି ନୀତୀଶ କହିଛନ୍ତି। ୨୦୧୧ରେ ବିହାର ସରକାର ମଦକୁ ନିଷିଦ୍ଧ କରିବାକୁ ‌ଯୋଜନା କରିଥିଲା ଏବଂ ୨୦୧୬ରେ ଏହାକୁ ବିହାରରେ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇ ପାରିଥିଲା। ମାତ୍ର, ସାରା ଦେଶରେ ଏହାକୁ ନିଷିଦ୍ଧ କରାଯିବାକୁ ନୀତୀଶ ଆହ୍ବାନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର