ମଧ୍ୟପ୍ରଦେଶରେ ନାଗରିକତା ଆଇନ ଲାଗୁ ହେବ ନାହିଁ : କମଳନାଥ

ନୂଆଦିଲ୍ଲୀ : କେରଳ, ପଞ୍ଜାବ ପରେ ଆଉ ଏକ ଅଣବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶ ନାଗରିକତା (ସଂଶୋଧନ) ଆଇନ ଲାଗୁ କରିବାକୁ ମନା କରିଦେଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ କମଳନାଥ ଏହି ଆଇନ ଲାଗୁ ହେବ ନାହିଁ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏବେ ନାଗରିକତା ଆଇନର କୌଣସି ଆବଶ୍ୟକତା ନାହିଁ । ମୋଦୀ ସରକାର ଏହି ଆଇନ ଲାଗୁ କରିବା ପୂର୍ବରୁ କୌଣସି ରାଜ୍ୟମାନଙ୍କ ସହ ଆଲୋଚନା କରିନଥିଲେ ।
ପୂର୍ବରୁ କେରଳ ଓ ପଞ୍ଜାବ ବିଧାନସଭାରେ ଏହି ଆଇନ ବିରୋଧରେ ଏକ ସଂକଳ୍ପ ଗୃହୀତ ହୋଇଛି । ପଶ୍ଚିମବଙ୍ଗ ସରକାର ମଧ୍ୟ ଏହି ଆଇନକୁ ଲାଗୁ କରିବାକୁ ମନା କରିଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ନାଗରିକତା (ସଂଶୋଧନ) ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ । କିନ୍ତୁ ଏହା ସମ୍ବିଧାନର ବିରୋଧୀ କହି ଆନ୍ଦୋଳନ କରୁଛନ୍ତି ବିରୋଧୀଦଳ ଓ କେତେକ ସାମାଜିକ ସଂଗଠନ ।

ସମ୍ବନ୍ଧିତ ଖବର