ବିଚ୍‌ ରାସ୍ତାରେ କାର୍‌ ଉପରେ ଖସି ପଡ଼ିଲା ବିମାନ, ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ତା’ପରର ଦୃଶ୍ୟ 

ନୂଆଦିଲ୍ଲୀ : ଟେକ୍ସାସର ସୁଗାର ଲ୍ୟାଣ୍ଡ ସହରରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସବୁ ଦିନ ପରି ସୁଗାର ଲ୍ୟାଣ୍ଡ ସହରର ରାସ୍ତାରେ ଗାଡ଼ି ଚଳାଚଳ ହେଉଥିବା ବେଳେ ହଠାତ୍‌ ଉପରୁ ଏକ ବିମାନ ଆସି ଏକ କାର୍‌ ଉପରେ ପଡ଼ିଥିଲା । ଏହି ଗାଡ଼ିର ପଛରେ ଏବଂ ଆଗରେ ଥିବା ଗାଡ଼ି ଏହି ଦୃଶ୍ୟକୁ ଦେଖି ଅଟକି ଯାଇଥିଲେ । ଭିତରେ ଥିବା ଲୋକମାନଙ୍କର ଅବସ୍ଥା କ’ଣ ହୋଇଥିବା ଭାବି ଲୋକମାନଙ୍କ ହୃଦୟର ସ୍ପନ୍ଦନ ଅଟକି ଯାଇଥିଲା । କିଛି ସମୟ ପରେ କାର୍‌ ଭିତରୁ ଜଣେ ଯୁବକ ଏବଂ ତାଙ୍କ ପୁଅ ବାହାରିଥିଲେ । ଏହି ଘଟଣା ପରେ ସେମାନେ ସାମାନ୍ୟ ଆହତ ହୋଇଥିବା ବେଳେ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଇ ଦୁଇ ଜଣଙ୍କୁ ଘରକୁ ପଠା ଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଔଷଧୀୟ ପ୍ରବର୍ତ୍ତନ ସଂସ୍ଥାର ଏକ ବିମାନ ନିୟନ୍ତ୍ରଣ ହରାଇ ଭାରତୀୟ ବଂଶୋଦ୍ଭବ ଓନିୟଲ କୁରୁପଙ୍କ ଗାଡ଼ି  ଉପରେ ପଡ଼ିଥିଲା । ଏହି ଘଟଣା ବିଷୟରେ ଓନିୟଲ ନିଜ ସ୍ତ୍ରୀଙ୍କୁ ଜଣାଇବା ପରେ ତାଙ୍କ ସ୍ତ୍ରୀ ଜୋରରେ ହସିବାକୁ ଲାଗିଥିଲେ । ଶୁଣିବା ଲୋକେ ଏହି ଖବରକୁ ବିଶ୍ୱାସ କରି ପାରୁନଥିଲେ । କିନ୍ତୁ ପରେ ଓନିୟଲ ଦୁର୍ଘଟଣାଗ୍ରସ୍ତ କାର୍‌ ଏବଂ ବିମାନର ଫଟୋ ପୋଷ୍ଟ କରିବା ପରେ ସମସ୍ତେ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ଫଟୋ ଏବେ ଭାଇରାଲ ହେଉଥିବା ବେଳେ କିଛି ଲୋକ ଏହାକୁ ନେଇ ଥଟ୍ଟା କରିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର