କଶ୍ମୀରରୁ କର୍ଫ୍ୟୁ ନ ହଟିବା ପର୍ଯ୍ୟନ୍ତ ଭାରତ ସହ ଦ୍ୱିପାକ୍ଷିକ ଆଲୋଚନାର ପ୍ରଶ୍ନ ଉଠୁନାହିଁ : ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ
ଇସ୍ଲାମବାଦ୍: ଯେପର୍ଯ୍ୟନ୍ତ କଶ୍ମୀରରେ ଲାଗିଥିବା କର୍ଫ୍ୟୁ ଓ ଅନ୍ୟ ପ୍ରତିବନ୍ଧକ ନ ହଟିଛି ସେ ପର୍ଯ୍ୟନ୍ତ ଭାରତ-ପାକିସ୍ତାନର କୌଣସି ଦ୍ୱିପାକ୍ଷିକ ଆଲୋଚନା ସମ୍ଭବ ନୁହେଁ ବୋଲି ବୁଧବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସ୍ପଷ୍ଟ କରିଛନ୍ତି। ପାକିସ୍ତାନର ଏକ ଆଞ୍ଚଳିକ ଚ୍ୟାନେଲ୍ରେ ମତ ରଖି ଇମ୍ରାନ କହିଛନ୍ତି ଯେ କଶ୍ମୀରରୁ କର୍ଫ୍ୟୁ ନ ହଟିବା ପର୍ଯ୍ୟନ୍ତ ଭାରତ ସହ ପାକିସ୍ତାନ କଥା ହେବାର କୌଣସି ସମ୍ଭାବନା ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ସେପ୍ଟେମ୍ବର ୫ ତାରିଖରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ଇମ୍ରାନ। ଭାରତ ଏକତରଫା ନିଷ୍ପତ୍ତି ନେଇଛି ବୋଲି ଅଭିଯୋଗ ଆଣି ଏହି ମାମଲାରେ ଅନ୍ତର୍ଜାତୀୟ ସହାୟତା ନେବେ ବୋଲି ପୂର୍ବରୁ କହି ସାରିଛନ୍ତି।
ଯାହାବି ହେଉ, କିନ୍ତୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସଂପୂର୍ଣ୍ଣ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ହୋଇଛି। ଏ ନେଇ ଭାରତ ପୂର୍ବରୁ ଇସ୍ଲାମବାଦ୍ ଓ ଅର୍ନ୍ତଜାତୀୟ ମଞ୍ଚରେ କହିସାରିଛି ଯେ କଶ୍ମୀର ଏକ ଆଭ୍ୟନ୍ତରୀଣ ମାମଲା ଓ ଏଥିରେ ପାକିସ୍ତାନ ହସ୍ତକ୍ଷେପ କରିପାରିବ ନାହିଁ।
ଏଥିସହ ଭାରତ ପକ୍ଷରୁ କୁହାଯାଇଛି କି ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ବାସିନ୍ଦାଙ୍କ ଜୀବନଶୈଳୀ ଆହୁରି ଉତ୍ତମ ଧରଣର ହୋଇପାରିବ। ତେବେ ଜମ୍ମୁ-କଶ୍ମୀର ପୁର୍ନଗଠନ ପରେ ପାକିସ୍ତାନ ନିୟମିତ ଭାବେ ଭାରତକୁ କିଛି ନା କିଛି କଥା ନେଇ ଆକ୍ରମଣ କରିଚାଲିଛି।