ଯୋଗୀ ରାଜ୍: ଚଳିତ ବର୍ଷ ୟୁପିରେ ବକ୍ରୀ ଇଦ୍ ପାଳନ ଅବସରରେ ହୋଇ ପାରିବନି କୌଣସି ପ୍ରକାରର ଗୃହପାଳିତ ପଶୁଙ୍କର ହତ୍ୟା
ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଚଳିତ ବର୍ଷ ଉତ୍ତରପ୍ରଦେଶରେ ଇଦ୍-ଉଲ୍- ଜୁହା ଓ ବକ୍ରୀ ଇଦ୍ ପାଳନ ଅବସରରେ ରାଜ୍ୟରେ କୌଣସି ପ୍ରକାରର ଗୋ-ହତ୍ୟା କିମ୍ବା ଅନ୍ୟ କୌଣସି ପ୍ରକାରର ଗୃହପାଳିତ ପଶୁଙ୍କର ହତ୍ୟା ହୋଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିସହ ଏହି ନିର୍ଦ୍ଦେଶନାମା ଯେପରି ସମଗ୍ର ରାଜ୍ୟରେ ଅତ୍ୟନ୍ତ କଡ଼ାକଡ଼ି ଭାବେ ପାଳିତ ହୁଏ ତାହାକୁ ନିଶ୍ଚିତ କରିବା ପାଇଁ ସମସ୍ତ ଜିଲ୍ଲାର ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କୁ ଭିଡିଓ କନ୍ଫରେନ୍ସିଂ ଜରିଆରେ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଏହି ଉଦ୍ଦେଶ୍ୟରେ ରାଜ୍ୟରେ ୨୪ ଘଣ୍ଟିଆ ପାଟ୍ରୋଲିଂ ଜାରି ରଖିବାକୁ ମଧ୍ୟ ସମସ୍ତ ଜିଲ୍ଲାର ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
▪वर्तमान में श्रावण मास चल रहा है, जिसमें कांवड़ यात्रा की जा रही है। ईद-उल-अज़हा के मद्देनजर सतर्क दृष्टि रखी जाए, ताकि कोई अप्रिय घटना न घटे।
▪प्रतिबन्धित पशुओं या गोवंशी पशुओं की कुर्बानी के सम्बन्ध में विशेष सतर्कता बरतते हुए इन्हें रोका जाए, ताकि कोई अप्रिय घटना घटित न हो।— Yogi Office (@YogiOffice) August 19, 2018
ସମସ୍ତ ଜିଲ୍ଲାର ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ନିର୍ଦ୍ଦେଶ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଏବେ ଶ୍ରାବଣ ମାସ ଅବସରରେ ହିନ୍ଦୁ ସଂପ୍ରଦାୟର ପବିତ୍ର କନ୍ଓ୍ଵଡ଼୍ ଯାତ୍ରା ଚାଲିଥିବା ବେଳେ ମୁସଲମାନମାନଙ୍କର ବକ୍ରୀଇଦ୍ ୨୨ ତାରିଖରେ ପାଳିତ ହେବାକୁ ଅଛି। ବକ୍ରୀଇଦ୍ ପାଳନ ଅବସରରେ ମୁସଲମାନମାନେ ବିଭିନ୍ନ ଗୃହପାଳିତ ପଶୁଙ୍କୁ ସର୍ବ ସାଧାରଣରେ ହତ୍ୟା କରିଥାଆନ୍ତି। ଏବଂ ଏହି ପର୍ବ ପାଳନ ଅବସରରେ ବହୁ ସଂଖ୍ୟାରେ ଗୋ-ହତ୍ୟା ମଧ୍ୟ କରାଯାଇଥାଏ। ତେଣୁ, ବକ୍ରୀଇଦ୍ ପାଳନ ଅବକାଶରେ ଏପ୍ରକାରର କାର୍ଯ୍ୟ ଶ୍ରାବଣ ମାସ ଦୃଷ୍ଟିରୁ ହିନ୍ଦୁ ସଂପ୍ରଦାୟର ଭାବାବେଗ ଉପରେ ଆଘାତ ପହଞ୍ଚାଇପାରେ। ତେଣୁ, ଏହାକୁ ଦୃଷ୍ଟିରେ ରଖି ଯେପରି ଉଭୟ ସଂପ୍ରଦାୟ ମଧ୍ୟରେ ଭାଇଚାରା ଯେପରି ବଜାୟ ରହେ ତାହାକୁ ନିଶ୍ଚିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ଉତ୍ତରପ୍ରଦେଶରେ ଇଦ୍-ଉଲ୍- ଜୁହା ଓ ବକ୍ରୀ ଇଦ୍ ପାଳନ ଅବସରରେ ରାଜ୍ୟରେ କୌଣସି ପ୍ରକାରର ଗୋ-ହତ୍ୟା କିମ୍ବା ଅନ୍ୟ କୌଣସି ପ୍ରକାରର ଗୃହପାଳିତ ପଶୁଙ୍କର ହତ୍ୟା ଉପରେ ସରକାର ନିଷେଧାଦେଶ ଜାରି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ସ୍ପଷ୍ଟ କରି ଦେଇଛନ୍ତି।