ମେଣ୍ଟ ସଂପର୍କରେ କୌଣସି ନିଷ୍ପତ୍ତି ନେଇନାହୁଁ, ଶିବସେନାର ଚିନ୍ତା ବଢାଇଲେ ଶରଦ ପାଓ୍ଵାର

ନୂଆଦିଲ୍ଲୀ : ଏନସିପି ଓ କଂଗ୍ରେସ ସମର୍ଥନରେ ସରକାର ଗଠନ ପାଇଁ ଅନେଇ ବସିଥିବା ଶିବସେନା ପୁଣି ଥରେ ନିରାଶ ହୋଇଛି । ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର କହିଛନ୍ତି ଯେ ଶିବସେନା କେଉଁଠାରୁ ୧୭୦ ବିଧାୟକଙ୍କ ସମର୍ଥନ ପାଇବା କଥା କହୁଛି ତାହା ଆମେ ଜାଣିନାହୁୁଁ । ତାଙ୍କର ଏହି ବିବ୍ରୁତି ପରେ ଶିବସେନାର ଚିନ୍ତା ବଢିଯାଇଛି । ସେନିଆଙ୍କୁ ଭେଟିବା ପରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଶିବସେନା ସହ ମେଣ୍ଟ ସଂପର୍କରେ କୌଣସି ଆଲୋଚନା ହୋଇନାହିଁ । ଏପରିକି ମେଣ୍ଟ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଶିବସେନାକୁ ସମର୍ଥନ ନେଇ କଂଗ୍ରେସ ଭିତରେ ମଧ୍ୟ ଚାପ ବଢିଚାଲିଛି । କଂଗ୍ରେସର କେତେକ ପୁରୁଖା ନେତା ଶିବସେନାକୁ ସମର୍ଥନ ସପକ୍ଷରେ ନାହାନ୍ତି । ସେହିପରି ମୁସଲିମ ସଂଗଠନ ଜମାଏତ ଉଲେମା-ଏ-ହିନ୍ଦ ମଧ୍ୟ ଶିବସେନାକୁ କଂଗ୍ରେସର ସମର୍ଥନକୁ ବିରୋଧ କରିଛି । ଶିବସେନାକୁ ସମର୍ଥନ କଲେ ତାହା କଂଗ୍ରେସ ପାଇଁ କ୍ଷତି କାରକ ହେବ ବୋଲି ଏହି ସଂଗଠନ ସତର୍କ କରାଇଦେଇଛି ।

ସମ୍ବନ୍ଧିତ ଖବର