ତନୁଶ୍ରୀ ଙ୍କ #ମିଠୁ ଅଭିଯୋଗ ମିଛ, ନାନା ପାଟେକରଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ : ପୁଲିସ

ମୁମ୍ବାଇ : ବଲିଉଡ ଅଭିନେତା ନାନା ପାଟେକରଙ୍କୁ ଏକ ବଡ଼ ଆସ୍ୱସ୍ତି ମିଳିଛି । ତାଙ୍କ ବିରୋଧରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଯୌନ ନିର୍ଯ୍ୟାତନା ଆରୋପ ଲଗାଇଥିବାବେଳେ ଏନେଇ କୌଣସି ପ୍ରମାଣ ନାହିଁ ବୋଲି ମୁମ୍ବାଇ ପୁଲିସ ତଦନ୍ତରୁ ଜଣାପଡିଛି । ଏ ସଂପର୍କରେ ମୁମ୍ବାଇର ଓସିଓ୍ଵାରା ଥାନା ପକ୍ଷରୁ ମୁମ୍ବାଇ ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରାଯାଇଛି ବୋଲି ଡେପୁଟି ପୁଲିସ କମିନର ପରମଜିତ ସିଂ ଦହିଆ କହିଛନ୍ତି । ନାନା ପାଟେକରଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ସେ କହିଛନ୍ତି ।ତେବେ ଆଗକୁ ଏହି ଲଢେଇ ଜାରି ରଖିବେ ବୋଲି ତନୁଶ୍ରୀଆଜି ନିଜ ପ୍ରତିକ୍ରିୟାରେ କହିଛନ୍ତି ।


ଗତ ୨୦୧୮ ଅକ୍ଟୋବର ମାସରେ ତନୁଶ୍ରୀ ନାନାଙ୍କ ବିରୋଧରେ ଓସିଓ୍ଵାରା ପୁଲିସ ଷ୍ଟେସନରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ୨୦୦୮ରେ ହର୍ଣ୍ଣ ଓକେ ଫିଲ୍ମର ସୁଟିଂ ବେଳେ ଏହି ଘଟଣା ଘଟିଥିଲା ବୋଲି ତନୁଶ୍ରୀ କହିଥିଲେ । ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ଏହି ଘଟଣାରେ ତନୁଶ୍ରୀଙ୍କୁ ବିଭିନ୍ନ ମହଲରୁ ସମର୍ଥନ ମିଳିଥିଲା । ଏହାଠାରୁ ଭାରତରେ #ମିଠୁ ଆନ୍ଦୋଳନ ଆରମ୍ଭ ହୋଇଥିଲା ।

ସମ୍ବନ୍ଧିତ ଖବର