କରୋନା ଭୟ: ଚଳିତ ବର୍ଷ ରାଷ୍ଟ୍ରପତି ଭବନରେ ପାଳନ ହେବ ନାହିଁ ହୋଲି, ଟୁଇଟ୍ କ‌ରି ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ବ ଚିନ୍ତାରେ ପଡ଼ିଥିବା ବେଳେ କୌଣସି ପ୍ରକାରରେ ଏକାଧିକ ବ୍ୟକ୍ତି ଏକଜୁଟ ହେବା ଭଳି କାମକୁ ବାତିଲ କରିବା ପାଇଁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ। ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ କ୍ରୀଡ଼ା ପ୍ରତିଯୋଗିତା ବାତିଲ କରିଦିଆଯାଇଥିବା ବେଳେ ଏବେ ଭାରତର ସବୁଠାରୁ ବଡ଼ ପର୍ବ ହୋଲିକୁ ପାଳନ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏକ ସ୍ଥାନରେ ଏକତ୍ରିତ ହୋଇ ହୋଲି ପାଳିବାକୁ ବିଶେଷଜ୍ଞମାନେ ମନା କରୁଥିବା ବେଳେ ଏବେ ରାଷ୍ଟ୍ରପତି ଭବନରେ ପ୍ରତିବର୍ଷ ପାଳନ ହେଉଥିବା ହୋଲି ପାଳନକୁ ବନ୍ଦ କରିଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ସତର୍କତାମୂଳକ ପଦକ୍ଷେପ ଭାବେ ରାଷ୍ଟ୍ରପତି ଭବନରେ ହୋଲି ପର୍ବ ପାଳନ ବନ୍ଦ କରାଯାଉଛି ବୋଲି ଟୁଇଟ୍ କରି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଭାରତରେ ୨୮ଜଣ କରୋନା ସଂକ୍ରମଣର ଶିକାର ହୋଇଥିବା ଖବର ସାମ୍ନାକୁ ଆସିବା ପରେ ରାଷ୍ଟ୍ରପତି ହୋଲି ପାଳନ ଉପରେ ରୋକ୍ ଲଗାଇଛନ୍ତି। ଟୁଇଟ୍ କରି, ସତର୍କତା ଏବଂ ନିରାପତ୍ତା ସହିତ ଆମେ ସମସ୍ତେ ନୋଭେଲ କରୋନାଭାଇରସର ବିସ୍ତାରକୁ ରୋକିବାରେ ସଫଳ ହୋଇପାରିବା ବୋଲି କହିଛନ୍ତି। ସତର୍କତାମୂଳକ ପଦକ୍ଷେପ ଅନୁଯାୟୀ, ରାଷ୍ଟ୍ରପତି ଭବନରେ ଚଳିତ ବର୍ଷ ହୋଲି ମିଳନ ହେବ ନାହିଁ ବୋଲି ଲେଖିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ସମ୍ବନ୍ଧିତ ଖବର