ନୂଆଦିଲ୍ଲୀ: ସାତ ବର୍ଷ ମଧ୍ୟରେ ପ୍ରଥମ କରି ଟାଇମ୍‌ସ୍‌ ହାଇଅର୍‌ ଏଡୁକେସନ୍‌ (ଟିଏଚ୍‌ଇ) ପ୍ରସ୍ତୁତ ଓ୍ଵାର୍ଲଡ୍‌ ୟୁନିଭର୍ସିଟି ର‍୍ୟାଙ୍କିଙ୍ଗ୍‌ସ୍‌- ୨୦୨୦ ତାଲିକାର ଶ୍ରେଷ୍ଠ ୩୦୦ ତାଲିକା ମଧ୍ୟରେ କୌଣସି ଭାରତୀୟ ପ୍ରତିଷ୍ଠାନର ନାମ ନାହିଁ। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସ୍‌, ବାଙ୍ଗାଲୋର୍‌ ଏବଂ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରୋପାର୍‌ ଏହି ତାଲିକାର ୩୦୧ ଏବଂ ୩୫୦ରେ ରହିଛି।

Advertisment

ଆଇଆଇଟି-ମୁମ୍ବାଇ ଏବଂ ଖଡ଼ଗପୁର ୪୦୧ ଏବଂ ୫୦୦ ର‍୍ୟାଙ୍କିଙ୍ଗ୍‌ରେ ରହିଛି।

ଗତବର୍ଷ ୨୫୧-୩୦୦ ର‍୍ୟାଙ୍କିଙ୍ଗ୍‌ ମଧ୍ୟରେ ଥିବା ଆଇଆଇଏସ୍‌ସି ଏ ବର୍ଷ ୫୦ ସ୍ଥାନ ତଳକୁ ଖସି ଆସିଛି। ରିସର୍ଚ ସାଇଟେସନ୍‌ କ୍ଷେତ୍ରରେ ରୋପାର୍‌ ଏବଂ ଇନ୍ଦୋର ଭଳି ନୂଆ ଆଇଆଇଟି ପୁରାତନ ଓ ପ୍ରତିଷ୍ଠିତ ଆଇଆଇଟି ଠାରୁ ଆଗରେ ରହିଛି।

୨୦୨୦ ସଂସ୍କରଣରେ ଅକସ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ କ୍ରମାଗତ ଚତୁର୍ଥ ଥର ନିମନ୍ତେ ପ୍ରଥମ ସ୍ଥାନରେ ରହିଛି।

ଟିଏଚ୍‌ଇ ଓ୍ଵର୍ଲଡ୍‌ ୟୁନିଭର୍ସିଟି ର‍୍ୟାଙ୍କିଙ୍ଗ୍‌ସ୍‌ ୨୦୨୦ରେ ବିଶ୍ୱର ୯୨ଟି ଦେଶରୁ ପ୍ରାୟ ୧୪୦୦ ବିଶ୍ୱବିଦ୍ୟାଳୟ ସାମିଲ କରାଯାଇଛି।