କାର୍ଯ୍ୟକାଳ ପୂରିଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳା ମନା: ସୁପ୍ରିମ୍‌ କୋର୍ଟଙ୍କ ରାୟ

ନୂଆଦିଲ୍ଲୀ: କାର୍ଯ୍ୟକାଳ ଶେଷ ହେବା ପରେ ଉତ୍ତର ପ୍ରଦେଶର କୌଣସି ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳା ଆବଣ୍ଟିନ କରାଯିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ଆଦେଶ ଦେଇଛନ୍ତି। ଏ ସମ୍ବନ୍ଧରେ ଉତ୍ତର ପ୍ରଦେଶ ସରକାର ନେଇଥିବା ପୂର୍ବ ନିଷ୍ପତ୍ତିକୁ ଶୀର୍ଷ ଅଦାଲତ ରଦ୍ଦ କରିଛନ୍ତି।

ଲୋକପ୍ରହରୀ ନାମକ ସ୍ୱେଚ୍ଛାସେବୀ ସଙ୍ଗଠନ ଫାଇଲ୍‌ କରିଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ଶୀର୍ଷ ଅଦାଲତ ଏ ଭଳି ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟକାଳ ପୂରିଥିବା ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳା ଆବଣ୍ଟନ କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ୍‌ କରି ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା।

ଅଫିସ ଛାଡ଼ି ସାରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ବାସଭବନରେ ରହିବାକୁ ଅନୁମତି ଦେବା ପାଇଁ ଉତ୍ତର ପ୍ରଦେଶ ଆଇନ୍‌ରେ ହୋଇଥିବା ସଂଶୋଧନକୁ ସୁପ୍ରିମ୍‌ କୋର୍ଟ କାଟି ଦେଇଛନ୍ତି।

ଶୀର୍ଷ ଅଦାଲତ ଲକ୍ଷ୍ୟ କଲେ କି, ଉତ୍ତର ପ୍ରଦେଶ ଆଇନ୍‌ରେ ହୋଇଥିବା ସଂଶୋଧନ ସ୍ୱେଚ୍ଛାଚାରୀ, ବିଦ୍ୱେଷମୂଳକ ଏବଂ ସମ୍ବିଧାନର ସମାନତା ଚିନ୍ତାଧାରା ଉଲ୍ଲଂଘନ କରୁଛି।

ସମ୍ପ୍ରତି ସରକାରୀ ବଙ୍ଗଳରେ ଅବସ୍ଥାନ କରୁଥିବା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ହେଉଛନ୍ତି: ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ଏବଂ ମୁଲାୟମ୍‌ ସିଂହ ଯାଦବ, ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ, ଭାରତୀୟ ଜନତା ପାର୍ଟିର ରାଜନାଥ ସିଂହ ଏବଂ କଲ୍ୟାଣ ସିଂହ ଏବଂ କଂଗ୍ରେସ ପାର୍ଟିର ଏନ୍‌ଡି ତିଓ୍ଵାରି।

ସମ୍ବନ୍ଧିତ ଖବର