ଗୁଜରାଟ ନିର୍ବାଚନ ପରେ ଖସିଲା ବାଦାମ ଦର, କୁଇଣ୍ଟାଲ ୪୦୦ ହେବାରୁ ଗର୍ଜିଲେ ଚାଷୀ
ଚାଷୀଙ୍କ ଦୁଃଖ ଶୁଣିବାକୁ ରାଜ୍ୟରେ କେହି ନାହାଁନ୍ତି: ହାର୍ଦ୍ଦିକ ପଟେଲ
ଅହମଦାବାଦ: ଗୁଜରାଟ ନିର୍ବାଚନ ଶେଷ ହୋଇ ଫଳାଫଳ ପ୍ରକାଶ ପାଇଛି। ଦୀର୍ଘ ୨୨ ବର୍ଷ ହେବ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ଆଗାମୀ ୫ବର୍ଷ ପାଇଁ ଶାସନ ଜାରି ରଖିବ। ବିଜୟ ରୂପାନିଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦ ମିଳିଥିବା ବେଳେ ରାଜ୍ୟରେ ବାଦାମ ବିକ୍ରିକୁ ନେଇ ଚାଷୀମାନେ ଯୋଜଦାର ପ୍ରଦର୍ଶନ କରୁଛନ୍ତି। ଗୁଜରାଟର ଜାମନଗରରେ ବର୍ତମାନ ବାଦାମ କୁଇଣ୍ଟାଲ ପ୍ରତି ୪୦୦ ଟଙ୍କା। ବାଦାମର କମ ଦର ଯୋଗୁଁ ଚାଷୀମାନେ ସରକାରଙ୍କ ପ୍ରତି ବିମୁଖ ହୋଇ ପଡ଼ିଛନ୍ତି। ନିର୍ବାଚନ ପରେ ବାଦାମ ଦର ହ୍ରାସ ହୋଇ ଯାଇଥିବାରୁ ରାଜନୀତି ଆରମ୍ଭ ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବାଦାମ କୁଇଣ୍ଟାଲ ପ୍ରତି ୯୦୦ରୁ ୧୦୦୦ ଟଙ୍କା କରିବାକୁ ବିଜୟ ରୂପାଣି ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନିର୍ବାଚନ ଫଳାଫଳ ଆସିବା ପରେ ବାଦାମ ଦର ୪୦୦ରୁ ୭୦୦ ଟଙ୍କା କୁଇଣ୍ଟାଲ ରଖାଯାଇଛି। ପାଟିଦାର ନେତା ହାର୍ଦ୍ଦିକ ପଟେଲ ଏହାକୁ କଡ଼ା ବିରୋଧ କରିଛନ୍ତି। ଏହି ମାମଲାରେ ସେ ଟୁଇଟ କରି କହିଛନ୍ତି, ଗୁଜରାଟରେ ଚାଷୀଙ୍କ ଆବେଦନ ଶୁଣିବାକୁ କେହି ନାହାଁନ୍ତି।
चुनाव ख़त्म होते ही मूँगफली के दाम कम कर दिए गए,किसान काफ़ी दुखी है लेकिन उनकी सुनने वाला भाजपा सरकार में कोई नहीं हैं। APMC मार्केट में किसानों की मूंगफली कोई ख़रीद नहीं रहा,किसान ट्रान्स्पॉर्टिंग के ख़र्चे से काफ़ी दुखी है।किसानों के लिए बना किसानसंघ देखने को नहीं मिल रहा
— Hardik Patel (@HardikPatel_) December 22, 2017
ଜାମନଗରର ଜାମଖଭାଲିୟା ମାର୍କେଟରେ ବାଦାମ ପଡ଼ିରହିଥିବା ବେଳେ ଅଭାବି ବିକ୍ରି ନେଇ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ବାଦାମ ଉତ୍ପାଦନ ପାଇଁ ଚାଷୀ ୬ମାସ ପର୍ଯ୍ୟନ୍ତ ନିଜର ଝାଳ ବୁହାଇଥିବା ବେଳେ ଏହାକୁ କିଣିବା ପାଇଁ ବଜାରରେ କେହି ନାହାଁନ୍ତି। ବାଦାମ ଦର କମି ଯାଇଥିବାରୁ ଚାଷୀ ବାଧ୍ୟ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି।
ନିର୍ବାଚନ ପୂର୍ବରୁ ବାଦାମ ଦର କୁଇଣ୍ଟାଲ ପ୍ରତି ୯୦୦ରୁ ୧୨୦୦ ଟଙ୍କା ଓ ନିର୍ବାଚନ ପରେ ବିଜୟ ରୂପାନିଙ୍କ ନାମ ମୁଖ୍ୟମନ୍ତ୍ରୀ ଘୋଷଣା ହେବା ପରେ ୪୦୦ରୁ ୭୦୦ଟଙ୍କା ହୋଇଛି। ପାଟିଦାର ନେତା ହାର୍ଦ୍ଦିକ ପଟେଲ ଟୁଇଟରରେ କହିଛନ୍ତି, ଚାଷୀ ଚିନ୍ତାରେ ପଡ଼ିଛନ୍ତି। କିନ୍ତୁ ରାଜ୍ୟରେ ଚାଷୀଙ୍କ ସମସ୍ୟା ଶୁଣିବାକୁ କେହି ନାହାଁନ୍ତି। ସେ କହିଛନ୍ତି, ନିର୍ବାଚନ ଶେଷ ହୋଇ ଯିବା ପରେ ବାଦାମ ଦରକୁ ଖସାଇ ଦିଆଯାଇଛି। ଚାଷୀଙ୍କ ଗଠନ କରାଯାଇଥିବା ଚାଷୀ ସଂଗଠନ ମଧ୍ୟ କିଛି କାମ କରୁନାହିଁ।