“ଆମ ସମୟରେ ଏପରି ହୋଇଥିବା କଥା ମୋତେ କେହି କହିନଥିଲେ” କଂଗ୍ରେସର ଦାବିକୁ ମିଥ୍ୟା ପ୍ରମାଣିତ କଲେ ଏକେ ଆଣ୍ଟୋନୀ

ନୂଆଦିଲ୍ଲୀ : ଆଜି ଭାରତ ମହାକାଶରେ ଆଣ୍ଟି-ସାଟେଲାଇଟ କ୍ଷେପଣାସ୍ତ୍ର ( କ୍ରୁତ୍ରିମ ଉପଗ୍ରହ ନିରୋଧୀ ଅସ୍ତ୍ର)ର ସଫଳର ପରୀକ୍ଷା କରିବା ପରେ ତାହାର ଶ୍ରେୟ ନେବାକୁ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଆଜିର ପରୀକ୍ଷା ଲାଗି ବିଜେପି ମୋଦିଙ୍କୁ ଓ ବୈଜ୍ଞାନିକମାନଙ୍କୁ ଶ୍ରେୟ ଦେଉଥିବାବେଳେ ଏହି ଟେକନଲୋଜୀ ୟୁପିଏ ସରକାରଙ୍କ ଅମଳରେ ହିଁ ଭାରତ ପାଖରେ ଥିଲା ବୋଲି କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯ୍ୟେଓ୍ଵାଲା କହିଛନ୍ତି ।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଡଃ ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀତ୍ୱ ଅମଳରେ ହି ଏହି ମିସାଇଲ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । କିନ୍ତୁ କଂଗ୍ରେସର ଏହି ଦାବିକୁ ଅମୂଳକ ପ୍ରମାଣିତ କରିଛି କଂଗ୍ରେସ ନେତା ତଥା ତତକାଳୀନ ପ୍ରତିରକ୍ଷାମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ଏକ ବକ୍ତବ୍ୟ । ସେ କହିଛନ୍ତି ତାଙ୍କ ଅମଳରେ ଏପରି ହୋଇଥିବା ସେ ଜାଣିନାହାନ୍ତି ବା ତାଙ୍କୁ କୁହାଯାଇନଥିଲା । ଖୋଦ ନିଜ ଦଳର ନେତାଙ୍କ ଏହି ସ୍ୱୀକାରୋକ୍ତି ପରେ କଂଗ୍ରେସ ଏକ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହୋଇଛି ।

ସମ୍ବନ୍ଧିତ ଖବର