କାଶ୍ମୀରରେ ଆଇସିସ୍‌ ନାଁରେ ପାକିସ୍ତାନ ଅପପ୍ରଚାର ଚଳାଇଛି : ସେନା

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ଗତ କିଛି ବର୍ଷ ଧରି କେତେକ ଗୋଷ୍ଠୀ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇସିସ୍‌ର କଳା ପତାକା ପ୍ରଦର୍ଶନ କରୁଛନ୍ତି । ବିଶେଷ କରି ଶୁକ୍ରବାର ଦିନ ଏହି ଘଟଣା ବେଶୀ ଘଟୁଛି । କିନ୍ତୁ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଚିନ୍ତା ଓ ଆତଙ୍କ ଦେଖାଦେଇଛି । କିନ୍ତୁ ଏହି ଚିନ୍ତା ଅମୂଳକ ବୋଲି ଭାରତୀୟ ସେନା କହିଛି । ସେନା ପକ୍ଷରୁ କୁହାଯାଇଛି ଯେ କାଶ୍ମୀର ଉପତ୍ୟାକାରେ ଆଇସିସର ପ୍ରଭାବ ନାହିଁ କହିଲେ ଚଳେ । ଯାହାବି ଦେଖାଯାଉଛି ତାହା ପାକିସ୍ତାନି ଗୁଇନ୍ଦା ସଂସ୍ଥା ଆଇଏସଆଇର ଏକ ଅପପ୍ରଚାର । ଆଗାମୀ ମିଳିତ ଜାତିସଂଘର ବୈଠକ ପୂର୍ବରୁ କାଶ୍ମୀର ଜନସାଧାରଣଙ୍କୁ ଉସୁକାଇବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ସେନା ପକ୍ଷରୁ ଲେପ୍ଟନାଣ୍ଟ ଜେନେରାଲ ଏସଏମ ଭଟ୍ଟ କହିଛନ୍ତି ।
ସେ କହିଛନ୍ତି ରମଜାନ ଅସ୍ତ୍ରବିରତି ପୂର୍ବରୁ ଏଠାରେ ଯେପରି ଅପରେସନ ଚାଲିଥିବା ଏବେ ପୁଣି ସେପରି ଅପରେସନ ଅଲଆଉଟ ଚାଲିବ । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେଲେ ମଧ୍ୟ ସେନା ତାର ସ୍ୱାଭାବିକ ଅପରେସନ ଚାଲୁ ରଖିବ ।

ସମ୍ବନ୍ଧିତ ଖବର