ଆସନ୍ତାକାଲି ଖୋଲିବ ସାବରିମାଳା ମନ୍ଦିର, ମହିଳାଙ୍କୁ କୌଣସି ପ୍ରକାର ସୁରକ୍ଷା ମିଳିବନି ବୋଲି କହିଲା ଦେବସୋମ ବୋର୍ଡ

କୋଚି: ଶନିବାର କେରଳର ସାବରିମାଳା ମନ୍ଦିର ଖୋଲିବାକୁ ଥିବା ବେଳେ ଦେବସୋମ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ମନ୍ଦିର ଭିତରକୁ ଯିବା ବେଳେ କୌଣସି ବି ମହିଳାଙ୍କୁ କିଛି ବି ପ୍ରକାରର ସୁରକ୍ଷା ଦିଆଯିବ ନାହିଁ। ଯଦି କେହି ମହିଳା ସୁରକ୍ଷା ଚାହୁଁଛନ୍ତି ତେବେ ସେମାନେ ପ୍ରଥମେ ସୁପ୍ରିମକୋର୍ଟଙ୍କଠାରୁ ଅନୁମତି ଆଣନ୍ତୁ। ଦେବସୋମ ବୋର୍ଡର ମନ୍ତ୍ରୀ କେ ସୁରେନ୍ଦରନ କହିଛନ୍ତି କି ଆୟାପ୍ପା ଭଗବାନଙ୍କ ମନ୍ଦିରକୁ ପ୍ରବେଶ କରିବାକୁ ଚାହୁଁଥିବା କୌଣସି ବି ମହିଳାଙ୍କୁ ସୁରକ୍ଷା ଦିଆଯିବ ନାହିଁ।

ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବାକୁ ସାବରିମାଳାକୁ ଏକ ଜରିଆ ଭାବେ ତୃପ୍ତି ଦେଶାଇଙ୍କ ପରି କାର୍ଯ୍ୟକର୍ତ୍ତାମାନେ ନଭାବିବା ଉଚିତ ବୋଲି ସେ କହିଛନ୍ତି। ଯଦି ସେମାନେ ପୁଲିସ୍‌ ସୁରକ୍ଷା ଚାହାନ୍ତି ‌ତବେ ସୁପ୍ରିମକୋର୍ଟରୁ ଅନୁମତି ଆଣନ୍ତୁ ବୋଲି କେ ସୁରେନ୍ଦରନ ପ୍ରକାଶ କରିଛନ୍ତି। ମହିଳାମାନଙ୍କ ପାଇଁ ସାବରିମାଳା ମନ୍ଦିର ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଥିବା ବେଳେ ବୋର୍ଡ ପକ୍ଷରୁ ଏପରି ନିଷ୍ପତ୍ତି ହୋଇଛି।

 

ସମ୍ବନ୍ଧିତ ଖବର