ସବୁଆଡୁ କଡା ପ୍ରତିକ୍ରିୟା ପରେ ୟୁଟର୍ଣ୍ଣ ! ମୁଁ କିମ୍ବା ମନମୋହନ ସିଂ ପାକିସ୍ତାନ ଯିବାର ପ୍ରଶ୍ନ ଉଠୁନାହିଁ : ଅମରିନ୍ଦର ସିଂ

ନୂଆଦିଲ୍ଲୀ : କର୍ତ୍ତାରପୁର କରିଡର ପ୍ରସଙ୍ଗରେ କଂଗ୍ରେସ ଧର୍ମସଂକଟରେ ପଡିଥିବା ମନେହେଉଛି । ଆସନ୍ତା ନଭେମ୍ବର ୯ରେ ହେବାକୁ ଥିବା ଉଦଘାଟନୀ ସମାରୋହରେ ଯୋଗ ଦେବାକୁ ପାକିସ୍ତାନ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂଙ୍କୁ ଆମନ୍ତ୍ରଣ କରାଯାଇଥିଲା । କିନ୍ତୁ ଏ ସଂପର୍କରେ ଦଳ କୌଣସି ନିଷ୍ପତ୍ତି ନେଇପାରୁନାହିଁ । ପୂର୍ବରୁ ଡ. ସିଂ କହିଥିଲେ ଯେ ସେ ପାକିସ୍ତାନ ଯିବେ ନାହିଁ । ଆଜି କିନ୍ତୁ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ସେ ପାକିସ୍ତାନ ଯିବେ ।

ସେ ପଞ୍ଜାବ (ଭାରତ) ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଅନୁରୋଧ ରକ୍ଷା କରି ସେ ସେଠାକୁ ଯିବେ । କିନ୍ତୁ ଏ ନେଇ ସବୁଆଡୁ ସମାଲୋଚନାର ସରବ୍ୟ ହେବା ପରେ ଏକ ସ୍ପଷ୍ଟୀକରଣ ଦେଇ ଅମରିନ୍ଦର ସିଂ କହିଛନ୍ତି ଯେ ଗୁରୁ ନାନକଙ୍କ ୫୫୦ ତମ ପ୍ରକାଶ ବର୍ଷ ଅବସରରେ କର୍ତ୍ତାରପୁର ସାହେବକୁ ଯାଉଥିବା ଏକ ଶିଖ ତୀର୍ଥଯାତ୍ରୀ ମଣ୍ଡଳୀରେ ଯୋଗ ଦେବାକୁ ସେ ମନମୋହନଙ୍କୁ ଆମନ୍ତ୍ରଣ କରିଥିଲେ । ପାକିସ୍ତାନ ଦ୍ୱାରା ଆୟୋଜିତ ଉଦଘାଟନୀ ସମାରୋହ ସହିତ ଏହାର କୌଣସି ସଂପର୍କ ନାହିଁ । ପାକିସ୍ତାନ ଆତଙ୍କବାଦ ବନ୍ଦ ନକରିବା ପର୍ଯ୍ୟନ୍ତ ସେ କେବେ ମଧ୍ୟ ପାକିସ୍ତାନ ଯିବେ ନାହିଁ ।

ସମ୍ବନ୍ଧିତ ଖବର