ରେଳବାଇ ଘରୋଇକରଣର ପ୍ରଶ୍ନଉଠୁନାହିଁ : ପିୟୁଷ ଗୋଏଲ

ନୂଆଦିଲ୍ଲୀ : ଭାରତୀୟ ରେଳର ଘରୋଇକରଣ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି । ତେବେ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂଆ ଟେକନଲୋଜୀ, ନୂଆ ଲାଇନ କ୍ଷେତ୍ରରେ ଘରୋଇ ପୁଞ୍ଜିକୁ ଆକୃଷ୍ଟ କରାଯିବ । ସରକାର ରେଳବାଇର ଘରୋଇକରଣ କରିବାକୁ ମସୁଧା କରୁଛନ୍ତି ବୋଲି ଆଜି ଲୋକସଭାରେ ବିରୋଧୀ ଦଳ ଅଭିଯୋଗ ଉଠାଇବା ପରେ ତାହାର ଜବାବରେ ଗୋଏଲ ଏହା କହିଛନ୍ତି । ରେଳ ବଜେଟ୍‌ ପରମ୍ପରା ବନ୍ଦ ହେବାକୁ ସମର୍ଥନ କରି ଗୋଏଲ କହିଛନ୍ତି ଯେ କେବଳ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ତାହାର ବ୍ୟବହାର କରାଯାଉଥିଲା ।
ନିଜର ବଜେଟ ଅଭିଭାଷଣରେ ସୀତାରମଣ କହିଥିଲେ ଯେ ୨୦୩୦ ସୁଦ୍ଧା ଭାରତୀୟ ରେଳବାଇର ଆଧୁନୀକିକରଣ ପାଇଁ ପ୍ରାୟ ୫୦ ଲକ୍ଷ କୋଟି ଟଙ୍କା ଆବଶ୍ୟକ ପଡିିବ । ଏତେ ପରିମାଣର ପୁଞ୍ଜିନିବେଶ ସଂଗ୍ରହ ପାଇଁ ଘରୋଇ କ୍ଷେତ୍ରକୁ ମଧ୍ୟ ରେଳବାଇର ବିଭିନ୍ନ ପ୍ରକଳ୍ପରେ ସହଭାଗୀ କରାଯିବ । ଘରୋଇ କମ୍ପାନିମାନଙ୍କୁ ଟ୍ରେନ ଚଳାଇବାକୁ ଅନୁମତି ମିଳିବ ।

ସମ୍ବନ୍ଧିତ ଖବର