ମମତାଙ୍କୁ ସୁପ୍ରିମକୋର୍ଟରେ ଆଶ୍ୱସ୍ତି

ପୁନଃ ପଞ୍ଚାୟତ ନିର୍ବାଚନ ହେବନି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଜି ସୁପ୍ରିମକୋର୍ଟରେ ବଡ଼ ଆଶ୍ୱସ୍ତି ମିଳିଛି। ଗତ ପଞ୍ଚାୟତ ନିର୍ବାଚନରେ ଦଳ ନିର୍ଦ୍ୱନ୍ଦ୍ୱରେ ଜିତିଥିବା ୨୦,୧୭୮ ଆସନରେ ପୁନଃ ନିର୍ବାଚନ ହେବନାହିଁ ବୋଲି ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଅନ୍ୟପକ୍ଷରେ କେତେକ ଆବେଦନକାରୀ ସେମାନଙ୍କୁ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାରୁ ବାରଣ କରାଯାଇଥିବା ଏବଂ ଭୟ ପ୍ରଦର୍ଶନ କରାଯାଇଥିବା ନେଇ ଅଭିଯୋଗ କରିବା ପରେ କୋର୍ଟ ଏହି ମାମଲାରେ ଆବେଦନ କରିବାପାଇଁ ୩୦ ଦିନ ସମୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଟିଏମ୍‌ସି ବିନା ପ୍ରତିଦ୍ୱନ୍ଦ୍ୱିତାରେ ୨୦,୧୭୮ ଆସନରୁ ଜିତିଥିଲା। ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ ଯେ ଅନ୍ୟ ପ୍ରାର୍ଥୀମାନେ ଟିଏମ୍‌ସି କର୍ମୀଙ୍କ ଦ୍ୱାରା ଆକ୍ରମଣକୁ ଭୟ କରି ନାମାଙ୍କନପତ୍ର ଦାଖଲ କରିନଥିଲେ।

ସମ୍ବନ୍ଧିତ ଖବର