ନୂଆଦିଲ୍ଲୀ: ଗୋଟିଏ ଦଶନ୍ଧିର ବ୍ୟବଧାନ ପରେ, ଏଥର ରାଷ୍ଟ୍ରପତି ଭବନରେ ଇଫ୍ତାର୍ ପାର୍ଟି ଅନୁଷ୍ଠିତ ହେବ ନାହିଁ। ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ରାଷ୍ଟ୍ରପତି ଭବନ ଏକ ସର୍ବସାଧାରଣ କୋଠା ହୋଇଥିବାରୁ ସେଠାରେ କରଦାତାଙ୍କ ଖର୍ଚ୍ଚରେ ଧାର୍ମିକ ଉତ୍ସବ ପାଳନ କରାଯିବ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଏପିଜେ ଅବ୍ଦୁଲ୍ କଲାମଙ୍କ ଅମଳ ବ୍ୟତୀତ ରାଷ୍ଟ୍ରପତି ଭବନରେ ପାରମ୍ପରିକ ଭାବେ ଇଫ୍ତାର୍ ପାର୍ଟି ଦିଆ ଯାଇ ଆସୁଥିଲା। କିନ୍ତୁ ୨୦୦୨-୨୦୦୭ ଯାଏଁ କଲାମ୍ ରାଷ୍ଟ୍ରପତି ଥିବାବେଳେ ଇଫ୍ତାର୍ ପାର୍ଟି ବନ୍ଦ ଥିଲା।
ରାଷ୍ଟ୍ରପତିଙ୍କ ପ୍ରେସ୍ ସେକ୍ରେଟାରି ଅଶୋକ ମାଲିକ କହନ୍ତି ଯେ ଏହା ଧର୍ମନିରପେକ୍ଷ ରାଷ୍ଟ୍ରର ନୀତିନିୟମ ଆଧାରରେ ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ଏବଂ ଧର୍ମ ପ୍ରତି ଲାଗୁ ହୋଇଛି।
ରାଷ୍ଟ୍ରପତି ଭବନ ବିବିଧ ରଙ୍ଗର ବିଜୁଳି ବତିରେ ଆଲୋକିତ ହୋଇଥିଲେ ମଧ୍ୟ ୨୦୧୭ରେ ଦୀପାବଳି ଉତ୍ସବ ପାଳନ ହୋଇ ନ ଥିଲା। ବଡ଼ଦିନ କାରୋଲ୍ ମଧ୍ୟ ଏଡ଼ାଇ ଦିଆଯାଇଥିଲା।
କଲାମଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପ୍ରତିଭା ପାଟିଲ୍ ଏବଂ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ହେବା ପରେ ପୁଣି ଇଫ୍ତାର୍ ପାର୍ଟି ଚାଲୁ ହୋଇଥିଲା ରାଷ୍ଟ୍ରପତି ଭବନରେ, ଏବଂ ତାହା ୨୦୧୭ ଯାଏଁ ଚାଲିଥିଲା।