ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ଆଉ ଅଧିକ ଦିନର ମହଲତ ଦେବାକୁ ମନାକଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ହାତରେ ଫସିଥିବା ପଶ୍ଚିମବଙ୍ଗର ବରିଷ୍ଠ ପୁଲିସ୍‌ ଅଧିକାରୀ ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ଉପରେ ଆଉ ଅଧିକ ଦିନର ମହଲତ ଦିଆ ଯାଇ ପାରିବ ନାହିଁ ବୋଲି ଆଜି ସୁପ୍ରିମ୍‌ କୋର୍ଟଙ୍କ ଏକ ଖଣ୍ଡପୀଠ ସ୍ପଷ୍ଟ କରି ଦେଇଛନ୍ତି। ନିଜର ଗରଫଦାରିକୁ ଏଡ଼ାଇବା ଲକ୍ଷ୍ୟରେ ରାଜୀବ କୁମାର ତାଙ୍କ ଗିରଫଦାରୀ ଉପରେ ଆଉ ଅଧିକ ଦିନର ସମୟ ମାଗି ସୁପ୍ରିମ୍‌ କୋର୍ଟରେ ଆଗତ କରିଥିବା ଏକ ଆବେଦନକୁ ସୁପ୍ରିମ୍‌ କୋର୍ଟର ଅବସରକାଳୀନ ବିଚାରପତି ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ୍‌ ସଞ୍ଜିବ ଖାନ୍ନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଆଜି ଖାରଜ କରି ଦେଇଛନ୍ତି।

ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ୍‌ ସଞ୍ଜିବ ଖାନ୍ନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି କହିଥିଲେ ଯେ ପୂର୍ବରୁ ସୁପ୍ରିମ୍‌ କୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଯେହେତୁ ଏହି ମାମଲାର ଶୁଣାଣି କରି ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ଉପରେ ୭ ଦିନର ମହଲତ ଦେଇଥିଲେ ଏବେ ତାଙ୍କ ଅନୁପସ୍ଥିତିରେ ଏହି ମାମଲାରେ ଗିରଫଦାରୀ ଏଡ଼ାଇବାକୁ ଆଉ ଅଧିକ ଦିନର ମହଲତ ଦିଆଯାଇ ପାରିବ ନାହିଁ ବୋଲି ଆଗତ ମାମଲାକୁ ଖାରଜ କରି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌ କୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ଉପରେ ଯେଉଁ ୭ ଦିନର ମହଲତ ଦେଇଥିଲେ ତାହା ଆସନ୍ତା ଶୁକ୍ରବାର ଶେଷ ହେଉଛି।

ସମ୍ବନ୍ଧିତ ଖବର