‌ସୋସିଆଲ ମିଡିଆ ରହସ୍ୟ ହଟାଇଲେ ମୋଦୀ, ମହିଳାଙ୍କୁ ଉତ୍ସର୍ଗ କରିବେ ସୋସିଆଲ ମିଡିଆ ଆକାଉଣ୍ଟ୍‌

‘ନୋ ସାର୍‌’, ‘ନୋ ମୋଦୀ, ନୋ ଟ୍ବିଟର୍‌’ ଟ୍ରେଣ୍ଡ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରୁ ସନ୍ନ୍ୟାସ ନେବା ସଂକ୍ରାନ୍ତରେ ଗତକାଲି ଟ୍ବିଟ୍‌ କରିଥିଲେ। ମୋଦୀ ଆସନ୍ତା ୮ ତାରିଖରେ ସୋସିଆଲ ମିଡିଆ ଆକାଉଣ୍ଟ୍‌ ଫେସବୁକ୍‌, ଟ୍ବିଟର, ଇନଷ୍ଟାଗ୍ରାମ୍‌ ଏବଂ ୟୁଟ୍ୟୁବ୍‌ ଛାଡ଼ିଦେବେ ବୋଲି ଚିନ୍ତା କରୁଥିବା ନେଇ ଟ୍ବିଟ୍‌ କରିବା ପରେ ଏହା ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଥିଲା। ତେବେ ମୋଦୀ ଆଜି ତାଙ୍କର ଏହି ନିଷ୍ପତ୍ତି ପଛର ରହସ୍ୟ ଖୋଲିଛନ୍ତି। ‌ବାସ୍ତବରେ ମୋଦୀ ସୋସିଆଲ ମିଡିଆରୁ ସନ୍ନ୍ୟାସ ନେଉନାହାନ୍ତି। ମୋଦୀ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି, ଆସନ୍ତା ଅନ୍ତର୍ଜାତୀୟ ମହିଳା ଦିବସରେ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ଗୁଡ଼ିକୁ ପ୍ରେରଣାର ଉତ୍ସ ପାଲଟିଥିବା ମହିଳାମାନଙ୍କ ପାଇଁ ଉତ୍ସର୍ଗ କରିବେ। ଯେଉଁ ମହିଳାଙ୍କ ଜୀବନ ଏବଂ କାର୍ଯ୍ୟଶୈଳୀ ଆମକୁ ଅନୁପ୍ରାଣିତ କରିଛି ସେମାନଙ୍କ ପାଇଁ ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ ଉତ୍ସର୍ଗ କରିବେ ବୋଲି କହିଛନ୍ତି। ମୋଦୀ ମଧ୍ୟ ମହିଳାମାନଙ୍କୁ ସମ୍ମାନିତ କରିବାପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ମାର୍ଚ୍ଚ ୮ ମହିଳା ଦିବସ ଉପଲକ୍ଷେ କିଛି ନିର୍ଦ୍ଦିଷ୍ଟ ମହିଳା ମୋଦୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ ଚଳାଇବେ।

‘ନୋ ସାର୍‌’, ‘ନୋ ମୋଦୀ, ନୋ ଟ୍ବିଟର୍‌’ ଟ୍ରେଣ୍ଡ୍‌
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ୍‌ ମିଡିଆ ଛାଡ଼ିବା ନେଇ ଟ୍ବିଟ୍‌ କରିବା ପରେ ବହୁ ସଂଖ୍ୟାରେ ସମର୍ଥକ ତାଙ୍କୁ ସୋସିଆଲ୍‌ ମିଡିଆ ନ ଛାଡ଼ିବା ପାଇଁ ଅନୁରୋଧ କରିଛନ୍ତି। ହଜାର ହଜାର ସମର୍ଥକ ‘ନୋ ସାର୍‌’ ଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜ ନିଷ୍ପତ୍ତିରୁ ଓହରି ଯିବାକୁ ନିବେଦନ କରିଛନ୍ତି। ଆଜି ଦିନ ସାରା ଟ୍ବିଟର୍‌ରେ ‘ନୋ ସାର୍‌’ ଏବଂ ‘ନୋ ମୋଦୀ, ନୋ ଟ୍ବିଟର୍‌’ ଟ୍ରେଣ୍ଡ୍‌ କରିଥିଲା। ସୋସିଆଲ୍‌ ମିଡିଆ ଛାଡ଼ିବା ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରିବାର ମାତ୍ର ଅଧ ଘଣ୍ଟା ପରେ ୯,୦୦୦ ଥର ଏହାକୁ ପୁନଃ ଟ୍ବିଟ୍‌ କରାଯାଇଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଥିଲେ, ଏହି ରବିବାର ସେ ଫେସ୍‌ବୁକ୍‌, ଟ୍ବିଟର, ଇନ୍‌ଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍‌ ଭଳି ସୋସିଆଲ୍‌ ମିଡ଼ିଆ ଛାଡ଼ିବାକୁ ମନ ବଳାଇଛନ୍ତି।

ସମ୍ବନ୍ଧିତ ଖବର