ସେନାର ଶଦ୍ଦକୋଷରେ ‘ସହିଦ’ ଶବ୍ଦ ନାହିଁ: ପ୍ରତିରକ୍ଷା ମନ୍ତ୍ରାଳୟ
ସୂଚନା ଅଧିକାର ପ୍ରଶ୍ନରେ କେନ୍ଦ୍ରୀୟ ସୂଚନା ଆୟୋଗକୁ ରିପୋର୍ଟ ଦାଖଲ
ନୂଆଦିଲ୍ଲୀ: ଯୁଦ୍ଧ ଭଳି ପରିସ୍ଥିତିରେ ମୃତ୍ୟୁ ହେଉଥିବା ସୈନିକ କିମ୍ବା ପୁଲିସ କର୍ମୀଙ୍କ ପାଇଁ ଭାରତୀୟ ସେନାର ଶବ୍ଦକୋଷରେ ‘ସହିଦ’ ଶବ୍ଦ ନାହିଁ ବୋଲି ପ୍ରତିରକ୍ଷା ଓ ଗୃହ ମନ୍ତ୍ରାଳୟ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି। ସୂଚନା ଅଧିକାର ବଳରେ ଜଣେ ବ୍ୟକ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟରେ ‘ସହିଦ’ ଶବ୍ଦର ଅର୍ଥ ଓ ଏହାକୁ ନେଇ ସବିଶେଷ ତଥ୍ୟ ପାଇଁ ଆବେଦନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆବେଦନକର୍ତ୍ତା ‘ସହିଦ’ ଶବ୍ଦର ବ୍ୟବହାର ପାଇଁ ଆଇନ ସଙ୍ଗତ ବନ୍ଦୋବସ୍ତ କରିବାକୁ ସୂଚନା ଅଧିକାରରେ ପ୍ରଶ୍ନ କରିଥିଲେ। ପରେ ଏହି ଆବେଦନକୁ ଗୃହ ଓ ପ୍ରତିରକ୍ଷା ମନ୍ତ୍ରାଳୟର ବିଭିନ୍ନ କାର୍ଯ୍ୟାଳୟକୁ ପଠାଯାଇଛି। ଅନ୍ୟପକ୍ଷରେ ଆବେଦନକାରୀଙ୍କୁ ସନ୍ତୋଷମୂଳକ ଉତ୍ତର ମିଳି ନଥିବାରୁ ସେ କେନ୍ଦ୍ରୀୟ ସୂଚନା ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ଆୟୁକ୍ତ ଯଶବର୍ଦ୍ଧନ ଆଜାଦ କହିଛନ୍ତି, ଏ ବାବଦରେ ପ୍ରତିରକ୍ଷା ଓ ଗୃହ ମନ୍ତ୍ରାଳୟକୁ କୁହାଯାଇଛି। ସେ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ‘ସହିଦ’ ଶବ୍ଦ ବ୍ୟବହାର କରାଯାଉ ନାହିଁ। ଏହାକୁ ଯୁଦ୍ଧ ‘ଜନିତ ଦୁର୍ଘଟଣା’ ଭାବରେ ନିଆଯାଇ ଥାଏ। ଆଜାଦ୍ କହିଛନ୍ତି, ଗୃହ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହାକୁ ‘ଅଭିଯାନ ଜନିତ ଦୁର୍ଘଟଣା’ କୁହାଯାଇଛି। କୋର୍ଟର ତଦନ୍ତ ପରେ ଏହାରି ଉପରେ ଏହାରି ଉପରେ ନିଷ୍ପତ୍ତି ନିଆଯିବ।