୨୦୨୦ ମାର୍ଚ୍ଚ ସୁଦ୍ଧା  ଜଗୁଆଳି ବିହୀନ ଲେବଲ କ୍ରସିଂଗୁଡ଼ିକୁ ସଂପୂର୍ଣ୍ଣ ଉଠାଇଦିଆଯିବ

ନୂଆଦିଲ୍ଲୀ :  ଉତ୍ତରପ୍ରଦେଶର କୁଶୀନଗରଠାରେ ଗତକାଲି ହୋଇଥିବା ରେଳଗାଡି ଧକ୍କାରେ ସ୍କୁଲପିଲା ନିହତ ହେବା ଘଟଣା ପରେ  ରେଳବାଇ ପକ୍ଷରୁ ଏକ ଜରୁରୀ ବୈଠକ କରି ସ୍ଥିତିର ସମୀକ୍ଷା କରାଯାଇଛି । ଆସନ୍ତା ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଦେଶରେ  ଜଗୁଆଳୀ ବିହୀନ ଲେବଲ କ୍ରସିଂ ଗୁଡ଼ିକୁ ସଂପୂର୍ଣ୍ଣ ଉଠାଇଦେବାକୁ ରେଳବାଇ ଯୋଜନା କରିଛି ।

କେନ୍ଦ୍ର ରେଳ ଓ କୋଇଲା ମନ୍ତ୍ରୀ ପିୟୁଷ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରେଲୱେ ବୋର୍ଡ ଚେୟାରମ୍ୟାନ୍, ରେଲୱେର ମୁଖ୍ୟ ନିରାପତ୍ତା କମିଶନର, ୫ଟି ରେଲୱେ ଜୋନର ଜିଏମ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଶ୍ରୀ ଗୋଏଲ ଯଥାଶୀଘ୍ର ଦେଶରେ ସମସ୍ତ ମାନବ ବିହୀନ ଲେଭଲ କ୍ରସିଂଗୁଡ଼ିକର ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ୮୦% ଟ୍ରାଫିକ୍ ଥିବା କ, ଖ, ଗ  ରୁଟରେ ଆଉ ମାତ୍ର ୫୮ଟି ମାନବ ବିହୀନ ଲେଭଲ କ୍ରସିଂ ରହିଛି ।

ମାନବ ବିହୀନ ଲେଭଲ କ୍ରସିଂ ଗୁଡ଼ିକରେ ଦୁର୍ଘଟଣା ରୋକିବାକୁ ରେଳବାଇ ଅନେକ ଗୁଡ଼ିଏ ପଦକ୍ଷେପ ନେଇପାରିଛି । ଗତ ଚାରି ବର୍ଷ ମଧ୍ୟରେ ଦୁର୍ଘଟଣା ୭୯% ହ୍ରାସ ପାଇଛି । ୨୦୧୩-୧୪ ରେ ୪୭ଟି ଦୁର୍ଘଟଣା ହୋଇଥିବା ବେଳେ ୨୦୧୭-୧୮ ରେ ୧୦ଟି ଦୁର୍ଘଟଣା ହୋଇଛି । ବିଗତ ଚାରି ବର୍ଷ ମଧ୍ୟରେ ମାନବ ବିହୀନ ଲେଭଲ କ୍ରସିଂ ଉଚ୍ଛେଦର ହାର ହାରାହାରି ଦୁଇ ତୃତୀୟାଂଶ ବୃଦ୍ଧି ପାଇଛି । ବ୍ରଡ ଗେଜ୍ ନେଟୱର୍କରେ ଏବେ ମାତ୍ର ୩୪୭୯ ଟି ମାନବ ବିହୀନ ଲେଭଲ କ୍ରସିଂ ରହିଛି ।

ସମ୍ବନ୍ଧିତ ଖବର