ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ଙ୍କୁ ଅନ୍ତର୍ଜାତୀୟସ୍ତରରେ ପୁଣିଥରେ ଅପମାନିତ ହେବାକୁ ପଡ଼ିଛି। ଇମରାନ୍ ଖାନ୍ ତିନି ଦିବସୀୟ ଆଧିକାରିକ ଯାତ୍ରା ନେଇ ଆମେରିକାରେ ପହଞ୍ଚିଛନ୍ତି। କିନ୍ତୁ ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେବାକୁ କେହି ହେଲେ ଆମେରିକୀୟ ଅଧିକାରୀ ସେଠାରେ ଉପସ୍ଥିତ ନଥିବାର ଫଟୋ ଓ ଖବର ସାମ୍ନାକୁ ଆସିଛି। ଫଳସ୍ୱରୂପ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେସି ଓ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ଙ୍କୁ ମେଟ୍ରୋରେ ବସି ହୋଟେଲ୍ ଯିବାକୁ ପଡ଼ିଛି।
No US official were present to receive PM @ImranKhanPTI at IAD airport. Neither IK recieved any state protocol. pic.twitter.com/WP1rV8XfjG
— Fawad Rehman (@fawadrehman) July 20, 2019
କୁହାଯାଉଛି କି, ପାଖାପାଖି ଚାରିବର୍ଷ ପରେ ପାକିସ୍ତାନରୁ କୌଣସି ନେତା ଆମେରିକା ଗସ୍ତରେ ଯାଇଛନ୍ତି। କିନ୍ତୁ ଆମେରିକା ଓ ପାକିସ୍ତାନ ସମ୍ପର୍କରେ ଅସନ୍ତୋଷର ଦୃଶ୍ୟ ଦେଖିବାକୁ ମିଳିଛି। ଇମରାନ୍ ଖାନ୍ ଆଇଏଡି ବିମାନବନ୍ଦରରେ ପହଞ୍ଚିଥିଲେ ହେଁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବା ପାଇଁ କୌଣସି ପ୍ରକାରର ଆୟୋଜନ କରାଯାଇ ନଥିବା ଦେଖିବାକୁ ମିଳିଥିଲା। ଇମରାନ୍ ଖାନ୍ ବି କୌଣସି ଚାର୍ଟର୍ଡ ବିମାନରେ ନଯାଇ ଏୟାରେଓ୍ଵଜର ବିମାନରେ ଆମେରିକାରେ ପହଞ୍ଚିଥିଲେ। ଯାହାର ପ୍ରମୁଖ କାରଣ ଆର୍ଥିକ ସଙ୍କଟ ବୋଲି କୁହାଯାଉଛି।