ସାହିତ୍ୟରେ ନୋବେଲ ପୁରସ୍କାର ଘୋଷିତ : ୨୦୧୮ ପାଇଁ ପୋଲାଣ୍ଡର ଓଲଗା ଟୋକାରଜୁକ ଓ ୨୦୧୯ ପାଇଁ ଅଷ୍ଟ୍ରିଆର ପିଟର ହାଣ୍ଡକେ

ଷ୍ଟକହୋମ : ବର୍ଷ ୨୦୧୮ ଓ ବର୍ଷ ୨୦୧୯ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା ହୋଇଛି । ୨୦୧୮ ପାଇଁ ପୋଲାଣ୍ଡର ଲେଖିକା ଓଲଗା ଟୋକାରଜୁକ ଓ ୨୦୧୯ ପାଇଁ ଅଷ୍ଟ୍ରିଆର ଲେଖକ ପିଟର ହାଣ୍ଡକେଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ଏ ସଂପର୍କରେ ଆଜି ରୟାଲ ସ୍ୱୀଡିସ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି ।


ପ୍ରଥମ ଥର ପାଇଁ ଦୁଇ ଜଣଙ୍କ ନାଁ ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ଯୌନ କେଳେଙ୍କାରୀ ଓ ଆଉ କେତେକ ବିବାଦ ଯୋଗୁଁ ଗତ ବର୍ଷ ଅର୍ଥାତ ୨୦୧୮ରେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇନଥିଲା ।

ପ୍ରସିଦ୍ଧ ବୈଜ୍ଞାନିକ, ବ୍ୟବସାୟୀ ତଥା ଡିନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ବିଜ୍ଞାନ, ସାହିତ୍ୟ ଓ ବିଶ୍ୱ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ । ପ୍ରଥମେ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ଘୋଷଣା କରାଯାଏ । ତାପରେ ଅନ୍ୟଗୁଡ଼ିକ ଘୋଷଣା କରାଯାଏ ।

ସମ୍ବନ୍ଧିତ ଖବର