ଗବେଷକ ଆଲିସନ ଓ ହୋଞ୍ଜୋ ପାଇବେ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ପୁରସ୍କାର

ଷ୍ଟକହୋମ : ଆମେରିକୀୟ ଗବେଷକ ଜେମ୍ସ ଆଲିସନ ଓ ଜାପାନୀ ଗବେଷକ ତାସୁକୁ ହୋଂଜୋ ଚଳିତ ବର୍ଷ ପାଇଁ ଚିକିତ୍ସା ବିଜ୍ଞାନ ବା ମେଡିସିନ ନୋବେଲ ବିଜେତା ଘୋଷିତ ହୋଇଛନ୍ତି । କର୍କଟ ରୋଗର ଚିକିତ୍ସା ପାଇଁ ଶରୀରର ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ଦିଗରେ ଉଲ୍ଲେଖନୀୟ ଗବେଷଣା ପାଇଁ ସେମାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇବା ପାଇଁ ବଛାଯାଇଛି । ପୁରସ୍କାର ବାବଦରେ ଉଭୟଙ୍କୁ ମୋଟ ୯ ନିୟୁତ ସ୍ୱିସ୍‌ କ୍ରାଉନ ବା ୧ ନିୟୁତ ଆମେରିକୀୟ ଡଲାର ପାଇବେ ।

ପ୍ରସିଦ୍ଧ ବୈଜ୍ଞାନିକ, ବ୍ୟବସାୟୀ ତଥା ଡିନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ବିଜ୍ଞାନ, ସାହିତ୍ୟ ଓ ବିଶ୍ୱ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ । ପ୍ରଥମେ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ଘୋଷଣା କରାଯାଏ । ତେବେ ଯୌନ କେଳେଙ୍କାରୀ ପାଇଁ ଏ ବର୍ଷ ସାହିତ୍ୟ ନୋବେଲ ପୁରସ୍କାର କାହାରିକୁ ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର