ନୂଆ ଇତିହାସ: ମନ୍ଦିରରେ ପୂଜକ ଭାବେ ନିଯୁକ୍ତ ହେବେ ଦଳିତ ଏବଂ ଅଣବ୍ରାହ୍ମଣ

କେରଳ: ପୂଜକ ଶବ୍ଦ ଉଠିଲେ ଯେକୌଣସି ବ୍ୟକ୍ତିର ମନକୁ ବ୍ରାହ୍ମଣମାନଙ୍କର ଏକ ଚିତ୍ର ଚାଲିଆସେ। ପୁରାଣ କାଳରୁ ଏଯାବତ୍‌ କାଳ କାଳ ଠାକୁର ପୂଜା ବ୍ରାହ୍ମଣମାନେ ହିଁ କରିଥାନ୍ତି। କେତେକ ସ୍ଥାନରେ ମହିଳାମାନଙ୍କୁ ବି ପୂଜା ପାଇଁ ବାରଣ କରାଯାଇ ଥାଏ। ବ୍ରାହ୍ମଣ ପୁରୁଷମାନଙ୍କୁ ହିଁ ଶ୍ରେଷ୍ଠ ପୂଜାରୀ ଭାବେ ସମାଜ ଗ୍ରହଣ କରିସାରିଛି। ତେବେ, ଯୁଗ ବଦଳିବା ସଙ୍ଗେ ସଙ୍ଗେ ଅନେକ କିଛି ପରିବର୍ତ୍ତନ ଘଟୁଛି। ସେ ପରିବର୍ତ୍ତନକୁ ଲୋକେ ଗ୍ରହଣ ବି କରୁଛନ୍ତି। କିଛି ମନ୍ଦ ହେଲେ ଅନେକ କିଛି ଭଲ ନିଶ୍ଚୟ ଘଟୁଛି। ଏଣିକି କେବଳ ବ୍ରାହ୍ମଣମାନେ ହିଁ ପୂଜକ ହୋଇପାରିବେ ତାହା ନୁହେଁ, ଅନ୍ୟ ଜାତିର ଲୋକେ ବି ଠାକୁରଙ୍କୁ ପୂଜାର୍ଚ୍ଚନା କରିପାରିବେ।

କେରଳରେ ଲାଗୁ ହେବାକୁ ଯାଉଛି ଏହିପରି ଏକ ଅଭିନବ ନିୟମ। କେରଳରେ ଥିବା ଦେବସ୍ୱମ ବୋର୍ଡ ୩୦୦୦ ମନ୍ଦିରର ପରିଚାଳନା ଦାୟିତ୍ୱରେ ରହିଛି। ଏହି ବୋର୍ଡ ପକ୍ଷରୁ ପ୍ରକାଶ କରାଯାଇଛି ଯେ ଠାକୁର ପୂଜା କରିବା ପାଇଁ ବ୍ରାହ୍ମଣମାନଙ୍କୁ ନିୟୋଜିତ କରିବାର ନିୟମରେ ପରିବର୍ତ୍ତନ କରାଯାଇ ଇତିହାସ ବଦଳାଇବାର ସମୟ ଆସିଛି। ଏହି ନିଷ୍ପତ୍ତି ଦ୍ୱାରା ଧୀରେ ଧୀରେ ଲୋକଙ୍କ ମନରୁ ଜାତିଆଣା ଭାବ ନିଶ୍ଚୟ ଦୂରେଇ ଯିବ।

ଆଗାମୀ ଭବିଷ୍ୟତକୁ ଆଖିରେ ରଖି ଏହି କେରଳୀ ବୋର୍ଡ ଭିନ୍ନ ଭିନ୍ନ ମନ୍ଦିରରେ ୪୨ଜଣ ଅଣବ୍ରାହ୍ମଣଙ୍କୁ ପୂଜକ ଭାବେ ନିଯୁକ୍ତି ଦେବାର ନିଷ୍ପତ୍ତି ନେଇଛି। ସେମାନଙ୍କ ମଧ୍ୟରେ ୬ ଜଣ ଦଳିତ ମଧ୍ୟ ପୂଜକ ଭାବେ ନିଯୁକ୍ତ ହେବେ।

ଯେତେ ଦିନ ଯାଏ ମନ୍ଦିରରେ ବ୍ରାହ୍ମଣଙ୍କ ବ୍ୟତୀତ ଅନ୍ୟ ଜାତି ଲୋକେ ପଶି ଠାକୁର ପୂଜା କରିବାର ଅନୁମତି ପାଇବେ ନାହିଁ ସେତେ ଦିନ ପର୍ଯ୍ୟନ୍ତ ଜାତି ବିରୋଧୀ ଅଭିଯାନ ଭିତ୍ତିହୀନ। ଯୁଗ ଯେତେ ବି ଆଧୁନିକ ହେଉ ପଛେ ଜାତିଆଣା ଭାବ କେଉଁଠି ନା କେଉଁଠି ଲୋକଙ୍କ ମନକୁ କବଳିତ କରି ରଖିଛି। କେରଳ ଦେବସ୍ୱମ ବୋର୍ଡର ଏହି ନିଷ୍ପତ୍ତି ଦ୍ୱାରା କିଛି ପରିମାଣରେ ଜାତି ବିରୋଧୀ ଅଭିଯାନ ସଫଳ ହେବ ବୋଲି ଆଶା କରାଯାଉଛି।

ଆଗାମୀ ଭବିଷ୍ୟତକୁ ଆଖିରେ ରଖି ଏହି କେରଳୀ ବୋର୍ଡ ଭିନ୍ନ ଭିନ୍ନ ମନ୍ଦିରରେ ୪୨ଜଣ ଅଣବ୍ରାହ୍ମଣଙ୍କୁ ପୂଜକ ଭାବେ ନିଯୁକ୍ତି ଦେବାର ନିଷ୍ପତ୍ତି ନେଇଛି। ସେମାନଙ୍କ ମଧ୍ୟରେ ୬ ଜଣ ଦଳିତ ମଧ୍ୟ ପୂଜକ ଭାବେ ନିଯୁକ୍ତ ହେବେ।

ମନ୍ଦିରେ ନିଯୁକ୍ତ ପାଇବା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କୁ ଉଭୟ ଲେଖା ଏବଂ ସାକ୍ଷାତକାରରେ ଉର୍ତ୍ତୀର୍ଣ୍ଣ ହେବାକୁ ପଡ଼ିବ। ଏହି ଚାକିରି ପାଇଁ ସରଂକ୍ଷଣ ବ୍ୟବସ୍ଥା ମଧ୍ୟ ଉପଲବ୍ଧ।

ଏହି ଘଟଣାଟି ପ୍ରଥମ। ପୂର୍ବରୁ କୌଣସି ବି ମନ୍ଦିରରେ ବ୍ରାହ୍ମଣ ବ୍ୟତୀତ ଅନ୍ୟ ଜାତିର ଲୋକେ ପୂଜକ ଭାବେ ନିଯୁକ୍ତି ପାଇନଥିଲେ। ଭଗବାନଙ୍କୁ ପୂଜା କରିବାର ଅଧିକାର ଓ ସାମର୍ଥ୍ୟ ସମସ୍ତଙ୍କ ନିକଟରେ ରହିଛି। କେବଳ ବ୍ରାହ୍ମଣ ହିଁ ଭଗବାନଙ୍କ ନିକଟତର ନୁହଁନ୍ତି ବୋଲି ପ୍ରମାଣ କରିବା ସହ ଜାତିଆଣା ଭାବ ଦୂରେଇବା ଉଦ୍ଦେଶ୍ୟ ରଖି ବୋର୍ଡ ଏପରି ଘୋଷଣା କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର