ମୁମ୍ବାଇରେ ଉତ୍ତର ଭାରତୀୟଙ୍କ ଉପରେ ଆକ୍ରମଣ

ମୁମ୍ବାଇ: ମୁମ୍ବାଇରେ ରାଜ ଥାକ୍‌ରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଉତ୍ତର ଭାରତୀୟଙ୍କ ଉପରେ ଆକ୍ରମଣ କରିିଥିବା ରିପୋର୍ଟ ମିଳିଛି। ଉତ୍ତର ଭାରତୀୟ ଏମ୍‌ଏନ୍‌ଏସ୍‌ କର୍ମୀମାନେ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ବେଳେ ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସାଙ୍ଗଲିରେ ଆକ୍ରମଣର ଭିଡିଓ ଭାଇରାଲ ହେବାପରେ ସରକାର ଏ ବାଦରେ କଠୋର ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ମଙ୍ଗଳବାର ସକାଳୁ ଉତ୍ତର ଭାରତୀୟ ଉପରେ ଆକ୍ରମଣ ଆରମ୍ଭ ହୋଇଥିବା ବେଳେ ଏହା ଆଜି ମଧ୍ୟ ଜାରି ରହିଛି । ଉତ୍ତର ଭାରତୀୟଙ୍କ ଯୋଗୁଁ ମହାରାଷ୍ଟ୍ରର ଯୁବକଙ୍କୁ କର୍ମନିଯୁକ୍ତି ମିଳୁନଥିବା ଦର୍ଶାଇ ଏମ୍‌ଏନ୍‌ଏସ୍‌ ଏଭଳି କାଣ୍ଡ ଘଟାଇଛି। ୨୦୦୮ରେ ରାଜ ଥା୍‌କେ ଉତ୍ତର ଭାରତୀୟଙ୍କ ବିରୋଧରେ ବଡ଼ ଧରଣର ଆନ୍ଦୋଳନ କରିଥିଲେ।

ସମ୍ବନ୍ଧିତ ଖବର